ଜିଓ ବ୍ରଡବ୍ୟାଣ୍ଡରେ ଆପଣଙ୍କୁ ମିଳିବ ଏହି ସବୁ ସୁବିଧା :  ୧୦୦୦ ଟଙ୍କାରୁ କମ୍‌ରେ ପାଇବେ ତିନୋଟି ସେବା 

ନୂଆଦିଲ୍ଲୀ: ଟେଲିକମ୍‌  ଦୁନିଆରେ ଚହଳ ପକାଇଥିବା ଜିଓ ଏବେ ବ୍ରଡବ୍ୟାଣ୍ଡ ଓ ‘ଡିଟିଏଚ୍‌’ ସେବା ଆରମ୍ଭ କରିବାକୁ ଯାଉଛି । ପ୍ରଥମରୁ ଏହି ସେବା ଯୋଗାଉଥିବା କମ୍ପାନିଙ୍କ ପାଇଁ ଏହା ଏକ ବଡ ଚ୍ୟାଲେଞ୍ଜ ହେବ । ଜିଓ ଏହି ସେବାକୁ ଏକା ସାଥିରେ ୧୧୦୦ଟି ସହରରେ ଲଞ୍ଚ କରିବ । ଜିଓର ସାଧାରଣ ବାର୍ଷିକ ଉତ୍ସବରେ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏହା କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ବ୍ରଡବ୍ୟାଣ୍ଡ ସେବା ଆସିବା ପରେ ଲୋକଙ୍କ ଜୀବନ ଶୈଳୀ ପରିବର୍ତ୍ତନ ହୋଇଯିବ ।

ଗୋଟିଏ ସଂଯୋଗରେ ମିଳିବ ତିନୋଟି ସେବା : ମୁକେଶ ଅମ୍ବାନୀ କହିଛନ୍ତି ଗୋଟିଏ ସଂଯୋଗରେ ଗ୍ରାହାକଙ୍କୁ ତିନୋଟି ସେବା ମିଳିବ । ଅଗଷ୍ଟ ୧୫ ତାରିଖରେ ସାରା ଦେଶରେ ଜିଓ ଗିଗାଫାଇବର ଭାବରେ ଏହାକୁ ଲଞ୍ଚ କରାଯିବ । ଏହା ଦ୍ୱାରା ଗ୍ରାହକ ଗୋଟିଏ ସଂଯୋଗରେ ଡିଟିଏଚ୍‌, ଲ୍ୟାଣ୍ଡଫୋନ ଓ ବ୍ରଡବ୍ୟାଣ୍ଡର ସେବା ଏକା ସାଙ୍ଗେ ପାଇପାରିବେ ।

Viral Express

ଏଥିପାଇଁ ଆପଣଙ୍କୁ ୧୦୦୦ ଟଙ୍କାରୁ କମ୍‌ ଖର୍ଚ୍ଚ କରିବାକୁ ପଡିବ । ଆପଣଙ୍କୁ ଏଥିରେ ଦୁଇଟି ବକ୍ସ ମଳିବ ଗୋଟିଏରେ ଆପଣ ‘ଓ୍ଵାଇଫାଇ’ ଦ୍ୱାରା ଇଣ୍ଟରନେଟ୍‌ ଓ ଅନ୍ୟ ବକ୍ସ ମାଧ୍ୟମରେ ଆପଣ ‘ଡିଟିଏଚ୍‌’ ସେବା ଦ୍ୱାରା ଟିଭି ଦେଖିବାର ସୁବିଧା ପାଇପାରିବେ । ସୂଚନା ମୁତାବକ ଇଣ୍ଟରନେଟ ବ୍ୟବହାର କରିବା ପାଇଁ ଜିଓ ଓ୍ଵାଇଫାଇ ଓ ବ୍ରଡବ୍ୟାଣ୍ଡ ଦ୍ୱାରା ୫୦ ଜିବିପିଏସ୍‌ ସ୍ପିଡ ଦେବ ଏହା ତୁଳନାରେ ଅନ୍ୟ କମ୍ପାନି ମାତ୍ର ୨୦ ଜିବିପିଏସ୍‌ ସ୍ପିଡ ଦେଉଛନ୍ତି ।

ସମ୍ବନ୍ଧିତ ଖବର