ଅଗଷ୍ଟ୧୨ରେ ଲଞ୍ଚ୍ ହୋଇପାରେ ରିଲାଏନ୍ସ ଜିଓର ବ୍ରଡବ୍ୟାଣ୍ଡ ସେବା

ମୁମ୍ବାଇ : ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ ପକ୍ଷରୁ ଫାଇବର ଅପଟିକ୍ସ ଭିତ୍ତିକ ବ୍ରଡବ୍ୟାଣ୍ଡ ସେବା  ଘୋଷଣାର ଇତି ମଧ୍ୟରେ ଏକ ବର୍ଷ ବିତିଗଲାଣି । କିନ୍ତୁ ଏପର୍ଯ୍ୟନ୍ତ କମ୍ପାନି ଏହି ସେବା ସାରା ଦେଶରେ ଆରମ୍ଭ କରିପାରି ନାହିଁ । ତେବେ ଆସନ୍ତା ଅଗଷ୍ଟ ୧୨ ତାରିଖରେ କମ୍ପାନି ଏହି ସେବା ଆରମ୍ଭ କରିବା ସଂପର୍କରେ ଘୋଷଣା କରିପାରେ ବୋଲି କେତେକ ସୁତ୍ରରୁ ଜଣାପଡିଛି ।

ବ୍ୟାଙ୍କ ଅଫ ଆମେରିକା-ମେରିଲ ଲିଞ୍ଚ୍‌ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୧୨ ତାରିଖରେ ଜିଓ ପକ୍ଷରୁ ନିଜର ହୋମ୍ ବ୍ରଡବ୍ୟାଣ୍ଡ, ଏଣ୍ଟରପ୍ରାଇଜ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ ସଂପର୍କରେ ଘୋଷଣା କରାଯିବାର ସମ୍ଭାବନା ରହିଛି । ଏହା ସହିତ କମ୍ପାନି ଏସବୁ ସେବାର ବିଭିନ୍ନ ପ୍ରକାରର ମୂଲ୍ୟ ମଧ୍ୟ ଘୋଷଣା କରିପାରେ । ତେବେ ସାରା ଭାରତରେ ପର୍ଯ୍ୟାୟକ୍ରମେ ଏହି ସେବା ଆରମ୍ଭ କରିବ କମ୍ପାନି ।

ଆମେରିକାଭିତ୍ତିକ ଏହି ବ୍ରୋକରେଜ କମ୍ପାନି କହିଛି ଯେ ଜିଓ ତିନି ପ୍ରକାରର ବ୍ରଡବ୍ୟାଣ୍ଡ ସେବା-ବେସିକ, ବ୍ରଡବ୍ୟାଙ୍କ ଓ ଟେଲିଭିଜନ ସେବା, ହାଇଏଣ୍ଡ ଆଇଓଟି ସେବା ସମ୍ପର୍କରେ ଘୋଷଣା କରିପାରେ ।

ସମ୍ବନ୍ଧିତ ଖବର