ଜିଓଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ଦୀପାବଳି ପୂର୍ବରୁ ୪ଟି ଅଫର୍‌ ଘୋଷଣା କଲା କମ୍ପାନି, ୫୦ ପ୍ରତିଶତ କମିଛି ଜିଓଫୋନ୍‌ର ଦର

ନୂଆଦିଲ୍ଳୀ: ଜିଓଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। କମ୍ପାନି ବ୍ୟବହାରକାରୀଙ୍କ ପାଇଁ ମାସିକିଆ ‘ଅଲ୍‌ ଇନ୍‌ ୱାନ୍‌’ ଯୋଜନା ଘୋଷଣା କରିଛି। ଏହି ପ୍ଲାନଟି ୭୫ରୁ ୧୮୫ ଟଙ୍କା ମଧ୍ୟରେ ଉପଲବ୍ଧ। ଏହି ଯୋଜନା ମୁତାବକ ଜିଓଫୋନ୍‌ ରିଚାର୍ଜ ଯୋଜନା ସହ ଉପଲବ୍ଧ ହେବ। ଏହି ନୂଆ ମାସିକିଆ ଯୋଜନାରେ ଜିଓରୁ ଜିଓ କଲିଂ ମାଗଣା ଦିଆଯିବ। ସେହିଭଳି ଅନ୍ୟ ନେଟୱର୍କକୁ ୫୦୦ ମିନିଟ୍‌ ପର୍ଯ୍ୟନ୍ତ କଲ୍‌ କରାଯାଇ ପାରିବ।
ଜିଓଫୋନ୍‌ ଗ୍ରାହକଙ୍କୁ ସବୁଠୁ ଶସ୍ତା ୭୫ ଟଙ୍କିଆ ଯୋଜନାରେ ମାସକୁ ୩ ଜିବି ଡାଟା ମିଳିବ। ସେହିଭଳି ୧୨୫, ୧୫୫, ୧୮୫ ଟଙ୍କାର ଯୋଜନା ଅନୁସାରେ ଯଥାକ୍ରମେ ମାସକୁ ୧୪ ଜିବି, ୨୮ଜିବି ଓ ୫୬ ଜିବିର ଡାଟା ପାଇପାରିବେ ଜିଓଫୋନ୍‌ ବ୍ୟବହାରକାରୀ। ଏହି ସମସ୍ତ ପ୍ଲାନର ଅବଧି ୨୮ ଦିନ ରହିବ।

Livemint

ଏହାପୂର୍ବରୁ ଜିଓଫୋନ୍‌ ବ୍ୟବହାରକାରୀଙ୍କ ପାଇଁ କମ୍ପାନି ସୋମବାର ନୂଆ ଟାରିଫ ପ୍ଲାନ ଆଣିଛି। ୨୨୨, ୩୩୩, ୪୪୪ ଓ ୫୫୫ ଟଙ୍କାର ଏହି ପ୍ଲାନର ଅବଧି ଯଥାକ୍ରମେ ୨୮, ୫୬ ଓ ୮୪ ଦିନ ରହିବ। ଏଥିରେ ଜିଓ ଗ୍ରାହକ ୧୦୦୦ ମିନିଟ୍‌ ପର୍ଯ୍ୟନ୍ତ ଅନ୍ୟ ନେଟୱର୍କକୁ କଲ୍‌ କରିପାରିବେ। କିନ୍ତୁ ଏହି ପ୍ଲାନକୁ ବ୍ୟବହାରକାରୀ ଖାଲି ଯଦି କିଣିବାକୁ ଚାହୁଁଥାନ୍ତି ତେବେ ଏଥିପାଇଁ ୮୦ ଟଙ୍କା ଦେବାକୁ ପଡ଼ିବ। ଏସବୁ ଭିତରେ ଦୀପାବଳିରେ ଜିଓଫୋନ ମଡେଲର ମୂଲ୍ୟ ୫୦ ପ୍ରତିଶତ ହ୍ରାସ କରି ୬୯୯ ଟଙ୍କା କରିଛି କମ୍ପାନି।

ସମ୍ବନ୍ଧିତ ଖବର