ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ପ୍ରତିଦିନ ଗ୍ରାହକଙ୍କ ପାଇଁ ଏକ ନୂଆ ପ୍ଲାନ୍‌ ଓ ଅଫର ଲଞ୍ଚ କରୁଛି।  ଜିଓର ଗ୍ରାହକଙ୍କ ପାଇଁ ଆଉ ଏକ ଖୁସି ଖବର ରହିଛି। ଏବେ ଜିଓର ନୂଆ ଅଫର ଜରିଆରେ ଗ୍ରାହକଙ୍କୁ ୩୦୦ଟଙ୍କାରୁ ଅଧିକ ପ୍ରତି ରିଚାର୍ଜରେ୧୦୦ଟଙ୍କା ପର୍ଯ୍ୟନ୍ତ ଛାଡ ମିଳିବ। ଏହି ସ୍କିମ୍‌ର ଫାଇଦା ଉଠାଇବାକୁ ଗ୍ରାହକଙ୍କୁ ମାଇ ଜିଓ ଆପ୍‌ରୁ ନିଜ ନମ୍ବରରେ ରିଚାର୍ଜ କରିବାକୁ ପଡ଼ିବ। ସେହିପରି ‘ପେମେଣ୍ଟ ଫୋନ୍‌ ପେ’ରେ କରିବାକୁ ପଡ଼ିବ।

Advertisment

publive-image

ପ୍ରଥମେ ମାଇଜିଓ ଆପ୍‌କୁ ଯାଇ ରିଚାର୍ଜ ଅପସନ୍‌ ଉପରେ କ୍ଲିକ୍‌ କରିବାକୁ ପଡ଼ିବ। ଏହାପରେ ଆପଣଙ୍କ ମନପସନ୍ଦ ପ୍ଲାନ୍‌କୁ ଚୟନ କରି ବାଏ ଉପରେ କ୍ଲିକ୍‌ କରନ୍ତୁ। ଆପଣ ପେମେଣ୍ଟ ଅପସନ୍‌ରେ ପହଞ୍ଚି ଯିବେ। ଆପଣ ଦେଖିବେ ଟୋଟାଲ ରିଚାର୍ଜରୁ ୫୦ଟଙ୍କା ଜିଓର ଡିସ୍‌କାଉଣ୍ଟ ଭାଉଚର ଠାରୁ କମ୍‌ ହୋଇଯିବ।

ଏହାପରେ ୟୁପିଆଇ, ଜିଓ ମନି ଓ ପେଟିଏମ୍‌, ଫୋନ୍‌ ପେ ସହିତ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡର ଅପସନ୍‌ ଆସିବ। ଫୋନ୍‌ ପେ ଉପରେ କ୍ଲିକ୍‌ କରିବା ପରେ ଆପଣଙ୍କ ନମ୍ବରକୁ ଓ୍ଵାନ୍‌ ଟାଇମ୍‌ ପାସ୍‌ଓ୍ଵାର୍ଡ ପଠାଯିବ। ଏହାକୁ ସବମିଟ୍‌ କରିବା ପରେ ରିଚାର୍ଜ ହୋଇଯିବ। ଫୋନ୍‌ ପେରେ ରିଚାର୍ଜ କରିବା ପରେ ଗ୍ରାହକଙ୍କୁ ୫୦ଟଙ୍କାର ଅତିରିକ୍ତ କ୍ୟାସବ୍ୟାକ୍‌ ମିଳିବ। ଏହି ହିସାବରେ ଗ୍ରାହକଙ୍କୁ ପ୍ରତି ପ୍ଲାନ୍‌ରେ ୧୦୦ଟଙ୍କା ପର୍ଯ୍ୟନ୍ତ ଛାଡ଼ ମିଳିବ।

କିଛିଦିନ ପୂର୍ବରୁ ବିଏସ୍‌ଏନ୍‌ଏଲ୍‌ ସମସ୍ତ ପ୍ୟାକ୍‌ର ଅପଗ୍ରେଡ କରିଥିଲା ଓ ଏୟାରଟେଲ ବି ନିଜର କିଛି ପ୍ୟାକ୍‌ର ଡାଟା ସୀମାକୁ ବର୍ଦ୍ଧିତ କରିଥିଲା।