ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ସବୁଠୁ ଶସ୍ତା ପ୍ଲାନ ଆରମ୍ଭ କରିଛି । ଏହି ପ୍ଲାନର ମୂଲ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜିଓ ଯେଉଁ ପ୍ଲାନ ଲଞ୍ଚ କରିଛି ତାହାର ମୂଲ୍ୟ ୧ଟଙ୍କା ରହିଛି। ଏହି ପ୍ଲାନ ମାଇ ଜିଓ ଆପରେ ତାଲିକାଭୁକ୍ତ ହୋଇଛି।
ଏହି ପ୍ଲାନ ସେମାନଙ୍କ ପାଇଁ ଲାଭପ୍ରଦ ହେବ ଯେଉଁମାନେ କେବଳ ସିମକୁ ସକ୍ରିୟ ରଖିବାକୁ ଚାହାଁନ୍ତି। ଏହି ପ୍ଲାନରେ କୌଣସି କଲିଂ ଏବଂ ଏସଏମଏସର ସୁବିଧା ନାହିଁ । ୧ଟଙ୍କାର ଏହି ପ୍ଲାନ ୩୦ଦିନର ବୈଧତା ସହିତ ଆସୁଛି। ଏଥିରେ କେବଳ ୧୦୦ଏମବି ଡାଟା ରହିଛି । ଡାଟା ସରିବା ପରେ ଇଣ୍ଟରନେଟ୍ ସ୍ପିଡ୍ ୬୦କେବିପିଏସକୁ ଖସିଯିବ |
ଜିଓର ୧ଟଙ୍କାର ପ୍ଲାନ ଦେଶର ସବୁଠାରୁ ଶସ୍ତା ପ୍ଲାନରେ ପରିଣତ ହୋଇଛି। ଜିଓ ବ୍ୟତୀତ କୌଣସି ଟେଲିକମ୍ କମ୍ପାନି ୧ଟଙ୍କାର ପ୍ଲାନ ପ୍ରଦାନ କରି ନାହିଁ।
ଜିଓର ୧୦ ଏବଂ ୨୦ ଟଙ୍କାର ଶସ୍ତା ପ୍ଲାନ ମଧ୍ୟ ଅଛି । ୧୦ ଟଙ୍କା ପ୍ଲାନରେ ଅସୀମିତ ବୈଧତା ସହିତ ୭.୪୭ ଟଙ୍କା ଟକ୍-ଟାଇମ୍ ମିଳିଥାଏ। ସେହିପରି ୨୦ ଟଙ୍କା ପ୍ଲାନରେ ଅସୀମିତ ବୈଧତା ସହିତ ୧୪.୯୫ ଟଙ୍କାର ଟକ୍ ଟାଇମ୍ ଉପଲବ୍ଧ ରହିଛି।