ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଜିଓଫାଇ ପରେ ଏକ ନୂତନ ଡିଭାଇସ ୪ଜି ଏଲଟିଇ ଲଞ୍ଚ କରିଛି। ଏହି ଡିଭାଇସ ଜିଓଫାଇର ନୂତନ ରେଞ୍ଚ। ତେବେ ଜିଓଫାଇ ଡିଭାଇସର ମୂଲ୍ୟ ୧୯୯୯ ଟଙ୍କା ରହିଥିବା ବେଳେ ୪ଜି ଏଲ୍ଟିଇ ଜିଓଫାଇ ମୂଲ୍ୟ ୯୯୯ଟଙ୍କାରେ ରହିଛି।
/sambad/media/post_attachments/wp-content/uploads/2018/03/images-2-8.jpg)
ରିଲାଏନ୍ସ ଜିଓ ନିଜର ଏହି ଡିଭାଇସ୍କୁ ଲଞ୍ଚ କରିବା ପାଇଁ ଇ-କମର୍ସ ସାଇଟ ଫ୍ଲିପ୍କାର୍ଟ ସହିତ ଏକ୍ସକ୍ଲୁସିବ୍ କରିଛି। ଫ୍ଲିପ୍କାର୍ଟରେ ଏହି ଡିଭାଇସ ୯୯୯ଟଙ୍କାରେ ଉପଲବ୍ଧ ହେଉଛି। ଜିଓଫାଇର ଏହି ନୂଆ ଡିଭାଇସ ଏକ ଓ୍ଵାଇ-ଫାଇ ରାଉଟର ଜରିଆରେ କାମ କରିବ। ଯାହା ଆପଣଙ୍କ ୧୫୦ଏମ୍ବିପିଏସ୍ର ଡାଉନ୍ଲୋଡ ଓ ୫୦ଏମ୍ବିପିଏସ୍ ଅପଲୋଡ ସ୍ପିଡର ଲାଭ ଉଠାଇ ପାରିବେ।
ଜିଓର ନୂଆ ଡିଭାଇସ୍ ଗୋଲାକାର ଡିଜାଇନ୍ର। ଏହି ନୂଆ ମଡେଲରେ ଜିଓ ଡବ୍ଲୁପିଏସ୍ (ଓ୍ଵାଇ-ଫାଇ ପୋଟେକ୍ଟେଡ ସେଟ୍ଅପ୍) ବଟନ ସହିତ ନେଟଓ୍ଵାର୍କ ଓ ବେଟେରି ଇଣ୍ଡିକେଟର ଦିଆଯାଇଛି। ଏହି ଜିଓଫାଇ ହଟସ୍ପଟ ଡିଭାଇସରେ ଜଣଙ୍କ ସହିତ ୩୨ଜଣ ବ୍ୟବହାରକାରୀ ସଂଯୋଗ ହୋଇପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/98-1.jpg)