ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଜିଓଫାଇ ପରେ ଏକ ନୂତନ ଡିଭାଇସ ୪ଜି ଏଲଟିଇ  ଲଞ୍ଚ କରିଛି। ଏହି ଡିଭାଇସ ଜିଓଫାଇର ନୂତନ ରେଞ୍ଚ। ତେବେ ଜିଓଫାଇ ଡିଭାଇସର ମୂଲ୍ୟ ୧୯୯୯ ଟଙ୍କା ରହିଥିବା ବେଳେ ୪ଜି ଏଲ୍‌ଟିଇ ଜିଓଫାଇ ମୂଲ୍ୟ ୯୯୯ଟଙ୍କାରେ ରହିଛି।

Advertisment

publive-image

ରିଲାଏନ୍ସ ଜିଓ ନିଜର ଏହି ଡିଭାଇସ୍‌କୁ ଲଞ୍ଚ କରିବା ପାଇଁ ଇ-କମର୍ସ ସାଇଟ ଫ୍ଲିପ୍‌କାର୍ଟ ସହିତ ଏକ୍ସକ୍ଲୁସିବ୍‌ କରିଛି। ଫ୍ଲିପ୍‌କାର୍ଟରେ ଏହି ଡିଭାଇସ ୯୯୯ଟଙ୍କାରେ ଉପଲବ୍ଧ ହେଉଛି। ଜିଓଫାଇର ଏହି ନୂଆ ଡିଭାଇସ ଏକ ଓ୍ଵାଇ-ଫାଇ ରାଉଟର ଜରିଆରେ କାମ କରିବ। ଯାହା ଆପଣଙ୍କ ୧୫୦ଏମ୍‌ବିପିଏସ୍‌ର ଡାଉନ୍‌ଲୋଡ ଓ ୫୦ଏମ୍‌ବିପିଏସ୍‌ ଅପଲୋଡ ସ୍ପିଡର ଲାଭ ଉଠାଇ ପାରିବେ।

ଜିଓର ନୂଆ ଡିଭାଇସ୍‌ ଗୋଲାକାର ଡିଜାଇନ୍‌ର। ଏହି ନୂଆ ମଡେଲରେ ଜିଓ ଡବ୍ଲୁପିଏସ୍‌ (ଓ୍ଵାଇ-ଫାଇ ପୋଟେକ୍‌ଟେଡ ସେଟ୍‌ଅପ୍‌) ବଟନ ସହିତ ନେଟଓ୍ଵାର୍କ ଓ ବେଟେରି ଇଣ୍ଡିକେଟର ଦିଆଯାଇଛି। ଏହି ଜିଓଫାଇ ହଟସ୍ପଟ ଡିଭାଇସରେ ଜଣଙ୍କ ସହିତ ୩୨ଜଣ ବ୍ୟବହାରକାରୀ ସଂଯୋଗ ହୋଇପାରିବେ।