ରିଲାଏନସ ଜିଓ ଆରମ୍ଭ କଲା ୱାର୍କ ଫ୍ରମ୍ ହୋମ୍ ପାଇଁ ଟ. ୨୫୧/- ରିଚାର୍ଜ ପ୍ଲାନ୍

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ଚାଲିଥିବା ବେଳେ ରିଲାଏନସ ଜିଓ “ୱାର୍କ ଫ୍ରମ୍ ହୋମ୍’ ନାମକ ନୂଆ ପ୍ରିପେଡ୍ ପ୍ଲାନ୍ ଆରମ୍ଭ କରିଛି । ଜିଓର ଏହି “ୱାର୍କ ଫ୍ରମ୍ ହୋମ୍’ ପ୍ଲାନ୍ କେବଳ ଡାଟା ସୁବିଧା ଦେବ । ଏଥିରେ ଅନ୍ୟ କୌଣସି ଅଫର୍ ନାହିଁ ।

ଜିଓ “ୱାର୍କ ଫ୍ରମ୍ ହୋମ୍’ର ମୂଲ୍ୟ ରହିଛି ଟ. ୨୫୧/- ଏବଂ ଏଥିରେ ଦୈନିକ ୨ଜିବି ହିସାବରେ ୫୧ ଦିନ ପାଇଁ ଡାଟା ମିଳିବ । ଅର୍ଥାତ୍ ଏହି ପ୍ଲାନରେ ବ୍ୟବହାରକାରୀ ସମୁଦାୟ ୧୦୨ ଜିବି ଡାଟା ପାଇବେ । ଏଥିରେ ମିଳୁଥିବା ଦୈନିକ ଡାଟା ଶେଷ ହେବା ପରେ ମଧ୍ୟ ବ୍ୟବହାରକାରୀ ଇଣ୍ଟରନେଟ୍ ବ୍ୟବହାର କରିପାରିବେ କିନ୍ତୁ, ସେତେବେଳେ ବେଗ ରହିବ ୬୪ କେବିପିଏସ୍ । ଏହି ରିଚାର୍ଜ ପ୍ଲାନ୍ କେବଳ ଡାଟା ବୁଷ୍ଟର୍ ହୋଇଥିବାରୁ ଏଥିରେ କଲ୍ କିଂବା ଏସ୍ଏମ୍ଏସ୍ ସୁବିଧା ନାହିଁ । MyJio ଆପରେ ଜିଓ ବ୍ୟବହାରକାରୀମାନେ ଏହି ଟ. ୨୫୧/- ରିଚାର୍ଜ ପ୍ଲାନ୍ର ବିଜ୍ଞାପନ ଦେଖିପାରିବେ । ଜିଓ ୱେବସାଇଟର ଫୋର୍-ଜି ଡାଟା ଭାଉଚର୍ ସେକ୍ସନରେ ଏହି ରିଚାର୍ଜ ପ୍ଲାନ୍ ତାଲିକାଭୁକ୍ତ ହୋଇଛି ।

Image Source: Livemint

ଏଠାରେ ପ୍ରକାଶଯୋଗ୍ୟ କି ବିଏସଏନଏଲ୍ ଏବଂ ଏସିଟି ଫାଇବରନେଟ୍ ମଧ୍ୟ ୱାର୍କ ଫ୍ରମ୍ ହୋମ୍ ପ୍ଲାନ୍ ଆରମ୍ଭ କରିସାରିଛି ।

ସମ୍ବନ୍ଧିତ ଖବର