ଏଣିକି ଖବର ଯୋଗାଇବ ଜିଓନ୍ୟୁଜ୍‌, ଏହି ନୂଆ ୱେବ ପୋର୍ଟାଲ୍‌ରେ ମିଳିବ ସବୁ ପ୍ରକାରର ଖବର

ମୁମ୍ବାଇ: ଜିଓ ପକ୍ଷରୁ ଜିଓନିଉଜ୍ ନାମରେ ଏକ ନୂତନ ପରିବର୍ତନ ଅ।ଣିବା ଭଳି ଡିଜିଟାଲ ଉତ୍ପାଦ ଉଭୟ ମୋବାଇଲ ଅ।ପ୍ଲିକେସନ ସହିତ ୱେବ ଅ।ଧାରିତ ସେବା  (www.jionews.com) ରୂପରେ ଉନ୍ମୋଚନ କରାଯାଇଛି । ଏହି ଅ।ପ ଗୁଗୁଲ ପ୍ଲେ ଷ୍ଟୋର ଓ ଅ।ପଲ ଅ।ପ ଷ୍ଟୋରରେ ଗ୍ରାହକଙ୍କ ବ୍ୟବହାର ପାଇଁ ଡାଉନଲୋଡ କରିବା ନିମନ୍ତେ ଉପଲବ୍ଧ ହୋଇଛି ।

ଜିଓ ନିଉଜର ଅ।ରମ୍ଭ ଏଭଳି ଏକ ସମୟରେ ହୋଇଛି ଯେତେବେଳେ ଦେଶର ଲୋକସଭା ଏବଂ ବିଧାନସଭା ନିର୍ବାଚନ ୨୦୧୯, ଅ।ଇପିଏଲ ୨୦୧୯, କ୍ରିକେଟ ବିଶ୍ୱକପ ୨୦୧୯ଏବଂ ଭାରତ ଓ ସାରା ଦୁନିଅ।ରେ ଅନେକ କାର୍ଯ୍ୟକ୍ରମ ଅ।ୟୋଜନ ବିଷୟରେ ତାଜା ସୂଚନା ପାଇବା ପାଇଁ ସବୁ ବେଳେ ଉତ୍ସୁକତା ରହିଛି । ଏଭଳି ସମୟରେ ଗ୍ରାହକମାନେ ଯାତାୟାତ କରୁଥିବା ସମୟରେ ସବୁ ଘଟଣାର ତାଜା ସୂଚନାକୁ ଜିଓ ନିଉଜ ଜରିଅ।ରେ ପାଇପାରିବେ । ଜିଓ ନିଉଜ ହେଉଛି ଏକ ୱାନ ଷ୍ଟପ ସମାଧାନ ଯାହା ଜରିଅ।ରେ ବ୍ୟବହାରକାରୀମାନେ ତାଜା ଖବର, ଲାଇଭ ଟିଭି, ଭିଡିଓ, ପତ୍ରିକା, ସମ୍ବାଦପତ୍ର ଏବଂ ଅ।ହୁରି ଅନେକ କିଛି ପାଇପାରିବେ । ଅନ୍ୟ ସମସ୍ତଙ୍କ ଠାରୁ ଅ।ଗରେ ରହିବା ପାଇଁ ଜିଓ ନିଉଜ ହେଉଛି ଏକ ନୂତନ ଯୁଗର ରାସ୍ତା ।

ଜିଓ ନିଉଜ ନିଜ ବ୍ୟବହାରକାରୀମାନଙ୍କୁ ୧୨ରୁ ଅଧିକ ଭାରତୀୟ ଭାଷାରୁ ପ୍ରାଥମିକତା ଚୟନ କରି ତାହାକୁ ପଢ଼ିବାର ନିଜସ୍ୱ ଅନୁଭବ ପ୍ରଦାନ କରିବାର ସଠିକ କ୍ଷମତା ପ୍ରଦାନ କରୁଛି । ପ୍ରତିଟି କ୍ଷଣ ତାଜା ଖବର ସହିତ , ୧୫୦ରୁ ଅଧିକ ଲାଇଭ ଚ୍ୟାନେଲ, ୮୦୦ରୁ ଅଧିକ ପତ୍ରିକା, ୨୫୦ରୁ ଅଧିକ ସମ୍ବାଦପତ୍ର, ଲୋକପ୍ରିୟ ବ୍ଲଗ ଓ ଭାରତ ଏବଂ ଦୁନିଅ। ସାରାର ଖବର ୱେବସାଇଟ ଜିଓ ନିଉଜରେ ଉପଲବ୍ଧ ହେବ ଏବଂ ଖୁବଶୀଘ୍ର ବହୁତ ଭଲ ବିଷୟବସ୍ତୁ  ପ୍ରଦାନ କରାଯିବ। ବ୍ୟବହାରକାରୀମାନେ ରାଜନୀତି, ଖେଳ ମନୋରଂଜନ, ବ୍ୟବସାୟ, ଉଦ୍ୟୋଗ, ଜୀବନଶେଳୀ, ଫେସନ, କ୍ୟାରିଅର, ସ୍ୱାସ୍ଥ୍ୟ, ଜ୍ୟୋତିଷ, ଅ।ର୍ଥିକ ଏବଂ ଅନ୍ୟାନ୍ୟ କ୍ଷେତ୍ରରୁ ନିଜ ପସନ୍ଦର କ୍ଷେତ୍ର ଚୟନ କରି ହୋମ ପେଜକୁ ସମ୍ପୂର୍ଣ୍ଣ ରୂପେ ନିଜକୁ ସୁହାଇବା ଭଳି କରିପାରିବେ । ଏଅ।ଇ ଓ ଏମଏଲ ପ୍ରଯୁକ୍ତି ସହିତ ସମନ୍ୱିତ କରାଯିବା ସହିତ ଜିଓ ନିଉଜ ହଜାର ହଜାର ଉତ୍ସକୁ ଖୋଜି ନିଜ ବ୍ୟବହାରକାରୀଙ୍କ ଉପଯୋଗ ଲାଗି ସବୁଠୁ ଉପଯୋଗୀ ବିଷୟବସ୍ତୁ ପ୍ରସ୍ତୁତ କରୁଛି ।

ବ୍ୟବହାରକାରୀମାନେ ୧୫୦ରୁ ଅଧିକ ଲାଇଭ ଟିଭି ଚ୍ୟାନେଲ ସହିତ ଯାତ୍ରାର ଅ।ନନ୍ଦ ଉଠାଇ ପାରିବେ । ଯେଉଁଥିରେ ସାରା ଦେଶର ସମସ୍ତ ପ୍ରମୁଖ ଏବଂ ଲୋକପ୍ରିୟ ଟିଭି ନିଉଜ ଚ୍ୟାନେଲ ସାମିଲ ରହିଛି । ଯେକୌଣସି ବଲିଉଡ, ଫେସନ, ସ୍ୱାସ୍ଥ୍ୟ, ମୋଟରଯାନ, ଉଦ୍ୟୋଗ, ଖେଳ ଏବଂ ସୂଚୀରେ ନୂଅ। ଟ୍ରେଣ୍ଡିଂ ଭିଡିଓର ମଜା ଉଠାଇ ହେବ । ପଢ଼ିବାରେ ରୁଚି ରଖୁଥିବା ଜିଓ ଉପଭୋକ୍ତାମାନେ ଏବେ ୮୦୦ରୁ ଅଧିକ ବିଭିନ୍ନ ପ୍ରକାରର ପତ୍ରିକା ଏବଂ ସାରା ଦେଶର ପ୍ରମୁଖ ସମ୍ବାଦପତ୍ର ପଢ଼ିପାରିବେ ।

 

ସମ୍ବନ୍ଧିତ ଖବର