ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ନିଜର ଏକ ପ୍ରିପେଡ ପ୍ଲାନ୍ରେ ବଡ଼ ପରିବର୍ତ୍ତନ କରିଛି। ଏହା ୧୪୯ଟଙ୍କାର ପ୍ଲାନ୍ ରହିଛି। ଜିଓର ଅନ୍ୟ ପ୍ଲାନ୍ ଅପେକ୍ଷା ୧୪୯ଟଙ୍କାର ପ୍ଲାନ୍ ଉପରେ ବ୍ୟବହାରକାରୀଙ୍କ ଅଧିକ ଚାହିଦା ରହିଥାଏ। ଜିଓ ଏବେ ୧୪୯ଟଙ୍କାର ପ୍ରିପେଡ ପ୍ଲାନ୍କୁ ଆଲ-ଇନ୍-ଓ୍ଵାନ୍ ରିଚାର୍ଜରେ ବଦଳାଇ ଦେଇଛି। ଅର୍ଥାତ ଏହି ପ୍ଲାନ୍ ୨୨୨, ୩୩୩, ୪୪୪ ଓ ୫୫୫ଟଙ୍କାର ପ୍ଲାନ୍ ଆଲ-ଇନ୍-ଓ୍ଵାନ୍ ପ୍ଲାନ୍ର ଲିଷ୍ଟରେ ସାମିଲ ହୋଇଯାଇଛି। ଏହି ପରିବର୍ତ୍ତନ ହେତୁ ୧୪୯ଟଙ୍କାର ପ୍ରିପେଡ୍ ପ୍ଲାନ୍ର ଭେଲିଡିଟି ବି ହ୍ରାସ ପାଇ ଯାଇଛି।
/sambad/media/post_attachments/wp-content/uploads/2019/11/images-5.jpg)
ଜିଓର ୧୪୯ଟଙ୍କାର ପ୍ଲାନ୍ରେ ପ୍ରଥମେ ବ୍ୟବହାରକାରୀଙ୍କୁ ୨୮ଦିନର ବୈଧତା ମିଳୁଥିଲା, କିନ୍ତୁ ଏବେ ଏହି ପ୍ଲାନ୍ରେ ୨୪ଦିନର ଭେଲିଡିଟି ମିଳିବ। ତେବେ ଗ୍ରାହକଙ୍କ ପାଇଁ ଭଲ ଖବର ହେଉଛି, ଏହି ପ୍ଲାନ୍ରେ ଏବେ ଜିଓ ବ୍ୟବହାରକାରୀଙ୍କୁ ୩୦୦ନନ-ଜିଓ ଭଏସ୍ କଲିଂ ମିନିଟ୍ ବି ମିଳିବ। ଜିଓର ଅଲ୍-ଇନ୍-ଓ୍ଵାନ୍ ରିଚାର୍ଜରେ ପ୍ରିପେଡ ବ୍ୟବହାରକାରୀଙ୍କୁ ବଂଡଲ୍ଡ ନନ-ଜିଓ ଭଏସ୍ କଲିଂ ଦେବା ପାଇଁ ଲଞ୍ଚ୍ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/167820-jio-data.jpg)