ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ନିଜର ପ୍ଲାନ୍ରେ ଆଣିଛି ପରିବର୍ତ୍ତନ। ରିଲାଏନ୍ସ ଜିଓର ୪୯୧ ପ୍ରିପେଡ ରିଚାର୍ଜ ପେକ୍କୁ ବୃଦ୍ଧି କରି ୪୯୯ଟଙ୍କା କରି ଦେଇଛି। ତେବେ ୪୯୧ପ୍ଲାନ୍ ବ୍ୟବହାର କରୁଥିବା ଗ୍ରାହକ ୯୧ଦିନ ପର୍ଯ୍ୟନ୍ତ ୯୧ଜିବି ସହିତ ଏଫ୍ୟୁପ ପାଇପାରିବେ । ୪୯୯ପ୍ଲାନ୍ ଜିଓର ୪୫୯ ପ୍ଲାନ୍ ସହିତ କିଛିଟା ସାମଞ୍ଜସ୍ୟ ରହିଛି ବୋଲି କମ୍ପାନି ପକ୍ଷରୁ ପ୍ରକାଶ।
ଜିଓର ନୂତନ ୪୫୯ପ୍ଲାନ ପ୍ରାଇମ ମେମ୍ବର ଅସୀମିତ ସର୍ଭିସ୍ ସହିତ ୧ଜିବି ହାଏ ସ୍ପିଡ ଡାଟା ପ୍ରତିଦିନ ଆଧାରରେ ତିନିମାସ ପର୍ଯ୍ୟନ୍ତ (୮୪ଦିନ ପ୍ରିପେଡ ବ୍ୟବହାରକାରୀ)ଡାଟାର ଫାଇଦା ଉଠାଇ ପାରିବେ। ସେହିପରି ୫୦୯ ପ୍ଲାନ୍ରେ ବ୍ୟବହାରକାରୀ ୨ଜିବି ହାଏସ୍ପିଡ ଡାଟା ପ୍ରତିଦିନ ଆଧାରରେ ୪୯ଦିନ ପର୍ଯ୍ୟନ୍ତ ପାଇ ପାରିବେ। ବ୍ୟବହାରକାରୀ ୭୯୯ଟଙ୍କାର ରିଚାର୍ଜ କଲେ ୮୪ଜିବି ଡାଟାକୁ ୨୮ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ।
ଉଲ୍ଲେଖଯୋଗ୍ୟ, ପ୍ରଥମେ ମାଗଣା ଓ ପରେ ଶସ୍ତା ଅଫର୍ ପ୍ରଦାନ କରି ଟେଲିକମ ଜଗତରେ ହଇଚଇ ସୃଷ୍ଟିକରିଥିବା ରିଲାଏନ୍ସ ଜିଓ ନିଜର ଉଭୟ ପ୍ରିପେଡ୍ ଏବଂ ପୋଷ୍ଟପେଡ ଯୋଜନାରେ ବଡ଼ ଧରଣର ପରିବର୍ତ୍ତନ କରିଛି। ଯାହାଦ୍ୱାରା ଜିଓର ଅଧିକାଂଶ ପ୍ଲାନକୁ ତାର ତାଲିକାରୁ ହଟାଇ ଦେବା ସହିତ କିଛି ନୂଆ ପ୍ଲାନକୁ ଯୋଡା ଯାଇଛି।
ଜିଓର ୩୦୯ ଟଙ୍କିଆ ଯୋଜନାକୁ ଏବେ ହଟାଇ ଦିଆଯାଇ, ତା ଜାଗାରେ ବ୍ୟବହାରକାରୀଙ୍କୁ ମିଳିବ ୫୬ ଦିନ ପାଇଁ ୧ଜିବି ଡାଟା ପ୍ରତିଦିନ ହିସାବରେ। ତେଣୁ ଏଭଳି ପରିସ୍ଥିତିରେ ଯଦି ବ୍ୟବହାରକାରୀ ୧ ଜିବି ଡାଟା ପ୍ରତିଦିନ ବାବାଦକୁ ରିଚାର୍ଜ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଗ୍ରାହକଙ୍କୁ ୩୯୯ ଟଙ୍କା ରିଚାର୍ଜ କରିବାକୁ ପଡିବ। ଏଥିସହିତ ପ୍ରତିଦିନ ଏହି ଡାଟାର ଲିମିଟ୍ ଶେଷ ହେବା ପରେ ବ୍ୟବହାରକରୀଙ୍କୁ ୧୨୮ ବଦଳରେ ୬୪ କେବିପିଏସ ସ୍ପିଡ ମିଳିବ।
ଜିଓର ନୂଆ ପୋଷ୍ଟପେଡ ଯୋଜନା ମୁତାବତ ବୈଧତା ୩୦ ଦିନ ଯାଏଁ ରଖାଯାଇଛ। ଏହାପୂର୍ବରୁ କଂପାନୀ ଅତିରିକ୍ତ ୩ମାସ ପର୍ଯ୍ୟନ୍ତ ମଧ୍ୟ ବୈଧତା ଦେଉଥିଲା। ଏହାବ୍ୟତୀତ ପ୍ରତ୍ୟେକ ପୋଷ୍ଟପେଡ ଯୋଜନା ପାଇଁ ବ୍ୟବହାରକାରୀଙ୍କଠାରୁ ସିକ୍ୟୁରିଟି ଡିପୋଜିଟ୍ ମଧ୍ୟ ଦେବାକୁ ପଡ଼ିବ।
୩୦୯ ଟଙ୍କିଆ ଯୋଜନାରେ ବ୍ୟବହାରକାରୀଙ୍କୁ ୩୦ ଜିବି ଡାଟା ୧ଜିବି ଡାଟା ପ୍ରତିଦିନ ବାବଦକୁ ମିଳିବ। ଏଥିସହିତ ଅସୀମ କଲିଂର ସୁବିଧା ମଧ୍ୟ ରହିଛି । ତେବେ ଏହି ଯୋଜନା ପାଇଁ ଗ୍ରାହକଙ୍କୁ ଦେବାକୁ ପଡିବ ସିକ୍ୟୁରିଟି ବାବଦକୁ ଦେବାକୁ ପଡିବ ୪୦୦ ଟଙ୍କା।
୪୦୯ ଟଙ୍କିଆ ଯୋଜନା ପାଇଁ ବ୍ୟବହାରକାରୀଙ୍କୁ ୫୦୦ ଟଙ୍କାର ଜମା ଦେବାକୁ ପଡିବ। ଏଥିରେ ୨୦ ଜିବି ଡାଟା ଉପଲବ୍ଧ। ଏଥିରେ କୌଣସି ପ୍ରକାରର ଅବଦ୍ଧି ନାହିଁ।
୫୦୯ ଟଙ୍କିଆ ଯୋଜନା ପାଇଁ ବ୍ୟବହାରକାରୀଙ୍କୁ ୬୦୦ ଟଙ୍କାର ଡିପୋଜିଟ୍ କରିବାକୁ ପଡ଼ିବ। ଏଥିରେ ୬୦ ଜିବି ଡାଟା ଉପଲବ୍ଧ। ବ୍ୟବହରକାରୀ ପ୍ରତିଦିନ ୨ ଜିବି ଡାଟା ୪ଜି ସ୍ପିଡରେ ବ୍ୟବହାର କରିପାରିବେ।
୭୦୦ଟଙ୍କିଆ ଯୋଜନାରେ ବ୍ୟବହାରକାରୀଙ୍କୁ ୯୦ ଜିବି ଡାଟା ୩ଜିବି ଡାଟା ପ୍ରତିଦିନ ବାବଦକୁ ଉପଲବ୍ଧ ।ଏଥିସହିତ ଆସୀମ କଲିଂର ସୁବିଧା ମଧ୍ୟ ରହିଛି । ତେବେ ଏହି ଯୋଜନା ପାଇଁ ୯୫୦ଟଙ୍କା ସିକ୍ୟୁରିଟି ଆଧାରରେ ଗ୍ରାହକଙ୍କୁ ଜମା କରିବାକୁ ପଡ଼ିବ।
ସେହିପରି ୯୯୯ ଟଙ୍କିଆ ଯୋଜନାରେ ବ୍ୟବହାରକାରୀଙ୍କୁ ମିଳିବ ୬୦ ଜିବି ଡାଟା। ଏଥିରେ କୌଣସି ବି ଡେଲି ଲିମିଟ୍ ରଖାଯାଇନାହିଁ। ଏହି ଯୋଜନା ପାଇଁ ଗ୍ରାହକଙ୍କୁ ସିକ୍ୟୁରିଟି ଜମା ବାବଦକୁ ଦେବାକୁ ପଡିବ ୧୧୫୦ ଟଙ୍କା।
ଜିଓର ପ୍ରିପେଡ୍ ପ୍ଲାନ
୩୯୯ ଟଙ୍କିଆ ପ୍ଲାନରେ ରହିଛ ପ୍ରତିଦିନ ହିସାବରେ ୭୦ ଦିନ ପର୍ଯ୍ୟନ୍ତ ୧ଜିବି ଡାଟା। ଏଥିସହିତ ଅସୀମ କଲ, ଏସଏମଏସ ଏବଂ ଜିଓ ଆପ ବ୍ୟବହାର କରିବାର ସୁବିଧା।
୪୫୯ ଟଙ୍କିଆ ଯୋଜନା ରହିଛି ବ୍ୟବହାରକାରୀଙ୍କୁ ୮୪ ଦିନ ବୈଧତା ସହିତ ୧ ଜିବି ଡାଟା ପ୍ରତିଦିନ ବାବଦକୁ ମିଳୁଛି। ଏଥିସହିତ ଅମୀସ କଲ, ଏସଏମଏସ ଏବଂ ଜିଓ ଆପର ବ୍ୟବହାର କରିବାର ସୁବିଧା।
୫୦୯ ଟଙ୍କିଆ ପ୍ଲାନରେ ୪୯ ଦିନର ବୈଧତା ରହିଛି। ଏଥିରେ ୟୁଜର୍ସ ୨ ଜିବି ଡାଟା ପ୍ରତିଦିନ ୪ଜି ସ୍ପିଡରେ ବ୍ୟବହାର କରିପାରିବେ। ଅର୍ଥାତ ଏଥିରେ ୯୮ ଜିବି ଡାଟା ଉପଲବ୍ଧ।
୯୯୯ ଟଙ୍କାର ଯୋଜନାରେ ଆଧାରରେ ବିନା କୌଣସି ଡେଲି ଲିମିଟ ବାବଦକୁ ୬୦ ଜିବି ଡାଟା ଉପଲବ୍ଧ। ଯାହାର ବୈଧତା ରହିଛି ୯୦ଦିନ।
ସେହିପରି ୧,୯୯୯ଟଙ୍କିଆ ଯୋଜନାରେ ମିଳୁଛି ବିନା କୌଣସି ଡେଲି ଲିମିଟ୍ ସହ ୧୨୫ ଜିବି ଡାଟା ଏବଂ ଏହାର ବୈଧତା ରହିଛି ୧୮୦ଦିନ।
ଜିଓର ୪,୯୯୯ ଟଙ୍କିଆ ପ୍ଲାନରେ ମିଳୁଛି ବିନା ଡେଲି ଲିମିଟର ୩୫୦ ଜିବି ଡାଟା ଏବଂ ଏହି ପ୍ଲାନର ସମୟସୀମା ରହିଛି ୩୬୦ଦିନ।
ଏହାବ୍ୟତୀତ ଜିଓ କମ୍ ଦାମର ମଧ୍ୟ କିଛି ଯୋଜନା ଲଂଚ କରିଛି। ସେଗୁଡିକ ହେଲା-
ଜିଓର ୫୨ଟଙ୍କିଆ ପ୍ଲାନରେ ମିଳୁଛି ୭ ଦିନ ପାଇଁ ୧.୦୫ ଜିବି ଡାଟା ଯ ଏଥିରେ ୟୁଜର୍ସଙ୍କୁ ମିଳିବ ପ୍ରତିଦିନ ହିସାବରେ ୧୫୦ଏମବି ଡାଟା ସହ ହାଇସ୍ପିଡରେ ବ୍ୟବହାର କରିପାରିବେ । ଏଥିସହିତ ୭୦ଟି ମେସେଜ ମଧ୍ୟ ମାଗଣାରେ କରିପାରିବେ ।
ଜିଓର ୯୮ ଟଙ୍କିଆ ପ୍ଲାନରେ ରହିଛି ୧୪ ଦିନ ପର୍ଯ୍ୟନ୍ତ ୨.୧ ଜିବି ଡାଟା । ଏଥିରେ ୟୁଜର୍ସ ପ୍ରତିଦିନ ବାବଦକୁ ହାଇସ୍ପିଡ ୧୫୦ ଏମବି ଡାଟା ସହ ୧୪୦ଟି ମାଗଣା ମେସେଜର ସୁବିଧା ।
ସେହିପରି ୧୪୯ ଟଙ୍କିଆ ପ୍ଲାନରେ ୟୁଜର୍ସଙ୍କୁ ୨୮ ଦିନ ବୈଧତା ସହିତ ୪.୨ଜିବି ଡାଟା ଉପଲବ୍ଧ । ଏଥିରେ ପ୍ରତିଦିନ ହିସାବରେ ହାଇସ୍ପିଡର ୧୫୦ ଏମବି ଡାଟା ସହିତ ୩୦୦ଟି ମାଗଣା ମେସେଜ କରିବାର ସୁବିଧା ।