ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ତାର ଦୁଇଟି ପ୍ରିପେଡ ରିଚାର୍ଜ ପ୍ଲାନରେ ଅଫର ଘୋଷଣା କରିଛି। ଏହି ଅଫର ନଭେଭମ୍ବର ୧ରୁ ଲାଗୁ ହୋଇଛି। ଏଥିପାଇଁ କିନ୍ତୁ ଗ୍ରାହକଙ୍କୁ ପେଟିଏମ୍ ମାଧ୍ୟମରେ ରିଚାର୍ଜ କରିବାକୁ ପଡ଼ିବ।
/sambad/media/post_attachments/wp-content/uploads/2019/11/download-1.jpg)
ରିଲାଏନ୍ସ ଜିଓ ତାର ବ୍ୟବହାରକାରୀଙ୍କୁ ୪୪୪ଟଙ୍କା ଓ ୫୫୫ଟଙ୍କା ଥିବା ପ୍ରିପେଡ ପ୍ଲାନ୍ସ ଉପରେ ଛାଡର ଘୋଷଣା କରିଛି। ଏହି ରିହାତି ଅଫର ପାଇଁ କମ୍ପାନି ପେଟିଏମ୍ ସହିତ ହାତ ମିଳାଇଛି। ଏହି ଦୁଇ ପ୍ଲାନ୍ରେ ଶୁଭ ପେଟିଏମ୍ ଅଫର ଜରିଆରେ ୪୦ ଓ ୫୦ ଟଙ୍କା ପର୍ଯ୍ୟନ୍ତ ଛାଡ ଦିଆଯାଇଛି। ୪୪୪ ଟଙ୍କାର ପ୍ରିପେଡ ପ୍ଲାନ୍ ଉପରେ ଛାଡ ପାଇବା ପାଇଁ ଶୁଭ୪୪ ପ୍ରମୋକୋଡର ବ୍ୟବହାର କରିବା ଉପରେ ୪୪ ଟଙ୍କା ଓ ୫୫୫ଟଙ୍କାର ପ୍ରିପେଡ ପ୍ଲାନ୍ରେ ଶୁଭ୫୦ ପ୍ରୋମୋକୋଡ ବ୍ୟବହାର କରି ୫୦ଟଙ୍କାର ରିହାତି ମିଳିବ। ତେବେ ଆପଣ ନିଜ ନମ୍ବରକୁ ପେଟିଏମ୍ ଦ୍ୱାରା ରିଚାର୍ଜ କଲେ ଯାଇ ଏହି ଛାଡର ଲାଭ ଉଠାଇ ପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/jio-1_425_735.jpeg)