ରିଲାଏନ୍ସ ଜିଓ ୫ଜି ହେଣ୍ଡସେଟ୍‌ ସହିତ ୫ଜି ସେବା ଲଞ୍ଚ କରିପାରେ

ନୂଆଦିଲ୍ଲୀ: ମୁକେଶ ଆମ୍ବାନିଙ୍କ ଟେଲିକମ୍‌ କମ୍ପାନି ରିଲାଏନ୍ସ ଜିଓ ୫ଜି ସେବା ସହିତ ୫ଜି ହ୍ୟାଣ୍ଡସେଟକୁ ବି ଲଞ୍ଚ କରିପାରେ। ଫାଇନାନ୍‌ସିଆଲ୍‌ କ୍ରୋନିକଲ ରିପୋର୍ଟ ଅନୁସାରେ, ଜିଓର ୫ଜି ସେବା ଆଗାମୀ ବର୍ଷ ଏପ୍ରିଲ ସୁଦ୍ଧା ପ୍ରସ୍ତୁତ ହୋଇଯିବ। ସେହିପରି ଜିଓର ୫ଜି ହ୍ୟାଣ୍ଡସେଟ୍‌ ଉପଭୋକ୍ତାଙ୍କ ପାଇଁ ୫ଜି ସେବା ସହିତ ବିକ୍ରି ହେବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହେଉଛି। କମ୍ପାନି ୫ଜି ଆଧାରିତ ଫିଚର ଫୋନ୍‌ ବି ଲଞ୍ଚ କରିବା ନେଇ ଆଶା ରଖାଯାଉଛି।

ଖୁବ୍‌ଶୀଘ୍ର ଆମେରିକା ଓ ୟୁରୋପରେ ୫ଜି ନେଟଓ୍ଵାର୍କ ଉପଲବ୍ଧ ହେବ। ବଜାରେ ଏବେ ୫ଜି ସ୍ମାର୍ଟଫୋନ୍‌ ଉପଲବ୍ଧ ନାହିଁ। କିନ୍ତୁ ବାଜରକୁ ଖୁବ୍‌ଶୀଘ୍ର ୫ଜି ଫୋନ୍‌ ଆସିଯିବ। କାରଣ ଅନେକ କମ୍ପାନି ୫ଜି ଫୋନ୍‌ ଲଞ୍ଚ କରିବା ଉପରେ କାମ କରୁଛନ୍ତି। ୨୦୧୯ ଚଳିତ ମାସରେ ମୋବାଇଲ ଓ୍ଵାଲର୍ଡ କଂଗ୍ରେସ (ଏମ୍‌ଡବ୍ଲୁସି) ପ୍ରଥମେ ୫ଜି ଫୋନ୍‌ ନେଇ ବଜାରକୁ ଆସିବ। ସେହିପରି ହୁଓ୍ଵାେଓ୍ଵ ପୂର୍ବରୁ ୫ଜି ସପୋର୍ଟ ଥିବା ନିଜର ଫ୍ଲୋଲଡେବଲ ଫୋନ୍‌ ବିଷୟରେ ଘୋଷଣା କରିଥିଲା। ସାମସଙ୍ଗର ଫୋଲଡେବଲ୍‌ ଫୋନ୍‌ ବି ୫ଜି ସପୋର୍ଟ ସହିତ ଖୁବ୍‌ ଶୀଘ୍ର ବଜାର ପ୍ରବେଶ କରିବ। କେବଳ ଏତିକି ନୁହେଁ ଓ୍ଵାନ୍‌ପ୍ଲସ୍‌ ଭଳି ଅନ୍ୟ କମ୍ପାନି ବି ୫ଜି ସ୍ମାର୍ଟଫୋନ୍‌ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଥିବା ଶୁଣିବାକୁ ମିଳିଛି।

ସମ୍ବନ୍ଧିତ ଖବର