ରିଲାଏନ୍ସର ରେକର୍ଡ ଲାଭ, ପୁଞ୍ଜି ପରିମାଣ ୯ ଲକ୍ଷ କୋଟି ଟଙ୍କା ଅତିକ୍ରମ

ମୁମ୍ବାଇ: ଦେଶର ପ୍ରଥମ କଂପାନି ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବଜାର ପୁଞ୍ଜି ପରିମାଣ ୯ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ପୂର୍ବାହ୍ନ ୧୦ଟା ୪୫ରେ କମ୍ପାନିର ସେୟାର ମୂଲ୍ୟ ୧୪୨୮ ଟଙ୍କା ହେବା ଫଳରେ ବଜାର ପୁଞ୍ଜି ୯.୦୩ ଲକ୍ଷ କୋଟିରେ ପହଞ୍ଚିଥିଲା। ଆଜି କଂପାନି ପକ୍ଷରୁ ଦ୍ବିତୀୟ ତ୍ରୟମାସ ଫଳାଫଳ ଘୋଷଣା କରି ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ର ଲାଭ ୧୧,୨୬୨ କୋଟି ଟଙ୍କା ଓ ଜିଓର ଲାଭ ୯୯୦ କୋଟି ଟଙ୍କା ହୋଇଥିବା କୁହାଯାଇଛି।

ସମ୍ବନ୍ଧିତ ଖବର