ରିଲାଏନ୍ସ ରିଟେଲ୍‌ ଦେଇଛି ୧.୫ ଲକ୍ଷ ନିଯୁକ୍ତି

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ଗତ ଆର୍ଥିକ ବର୍ଷରେ ଏକ ଲକ୍ଷ ୫୦ ହଜାର ନୂଆ ନିଯୁକ୍ତି ସୃଷ୍ଟି କରିଛି। ସେଥିରୁ ଏକ ଲକ୍ଷ ନିଯୁକ୍ତି ଛୋଟ ଏବଂ ମଧ୍ୟମ ଧରଣର ସହରରେ ଦିଆଯାଇଛି । କଂପାନିର କର୍ମଚାରୀ ସଂଖ୍ୟା ୭୦ ପ୍ରତିଶତ ବୃଦ୍ଧି ପାଇ ୩ ଲକ୍ଷ ୬୧ ହଜାର ହୋଇଛି। ରିଟେଲ ଓ ଅନ୍ୟ ବ୍ୟବସାୟକୁ ମିଶାଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୨ ଲକ୍ଷ ୧୦ ହଜାର ନୂଆ ନିଯୁକ୍ତି ଦେଇଛି । ଗତ ଆର୍ଥିକ ବର୍ଷରେ କମ୍ପାନି ପ୍ରତିଦିନ ହାରାହାରି ୭ ନୂଆ ଷ୍ଟୋର ହିସାବରେ ମୋଟ ୨୫୦୦ରୁ ଅଧିକ ଷ୍ଟୋର ଖୋଲିଛି । କେବଳ ଗତ ତ୍ରୟମାସରେ କମ୍ପାନି ୭୯୩ ନୂଆ ଷ୍ଟୋର ଯୋଡ଼ିଛି। ଏଥିସହିତ କମ୍ପାନିର ମୋଟ ଷ୍ଟୋର ସଂଖ୍ୟା ୧୫ ହଜାର ଟପିଯାଇଛି । ଷ୍ଟୋର ଏବଂ ଡିଜିଟାଲ ପ୍ଲାଟଫର୍ମରେ ରିଲାଏନ୍ସ ରିଟେଲର ପଞ୍ଜୀକୃତ ଗ୍ରାହକଙ୍କ ସଂଖ୍ୟା ୧୯ କୋଟି ୩୦ ଲକ୍ଷରୁ ଅଧିକରେ ପହଞ୍ଚିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ ଗତ ଏକ ବର୍ଷ ମଧ୍ୟରେ ଆମେ ୨ ଲକ୍ଷ ୧୦ ହଜାରରୁ ଅଧିକ କର୍ମଚାରୀଙ୍କୁ ଯୋଡ଼ି ପାରିଛୁ।

ସମ୍ବନ୍ଧିତ ଖବର