ରିଲାଏନ୍ସ ରିଟେଲ୍‌ର ‘ପ୍ୟୁରିକ୍ ଇନଷ୍ଟାସେଫ୍‌’ ଉତ୍ପାଦ

ଭୁବନେଶ୍ବର: ମହାମାରୀ ବ୍ୟାପିବା ପରେ ଲୋକମାନେ ନିଜ ସ୍ବାସ୍ଥ୍ୟ ଓ ଘରର ସ୍ବଚ୍ଛତାକୁ ନେଇ ବେଶ ସଚେତନ ହୋଇପଡ଼ିଛନ୍ତି। ଗ୍ରାହକମାନଙ୍କୁ ସ୍ବଚ୍ଛତାର ଶ୍ରେଷ୍ଠ ସମାଧାନ ପ୍ରଦାନ କରିବା ଲାଗି ରିଲାଏନ୍ସ ରିଟେଲ୍ ପକ୍ଷରୁ ପ୍ୟୁରିକ୍ ଇନଷ୍ଟାସେଫ୍‌ ବ୍ରାଣ୍ଡ୍‌କୁ ଉନ୍ମୋଚନ କରାଯାଇଛି। ଏଥିରେ ବ୍ୟକ୍ତିଗତ ସ୍ବଚ୍ଛତା ଓ ଗୃହ ସ୍ବଚ୍ଛତା ଉପକରଣଗୁଡ଼ିକ ରହିଛି। କଂପାନିର ଉତ୍ପାଦରେ ନିମ, ହଳଦୀ, ଲେମ୍ବୁ ଭଳି ପ୍ରାକୃତିକ ଉପାଦାନର ଶକ୍ତି ରହିଛି। ଏଥିରେ ଥିବା ସକ୍ରିୟ ମିଶ୍ରଣ ଜୀବାଣୁ ଓ ଭୂତାଣୁ ବିରୋଧରେ ତତ୍କାଳ କାର୍ଯ୍ୟ କରିବା ଆରମ୍ଭ କରିଥାଏ। ବ୍ୟକ୍ତିଗତ ସ୍ବଚ୍ଛତା ସାମଗ୍ରୀଗୁଡ଼ିକ ଭିତରେ ରହିଛି ସାବୁନ, ହାଣ୍ଡ୍‌ୱାସ୍‌, ହାଣ୍ଡ୍ ସାନିଟାଇଜର୍‌, ସାୱାର ଜେଲ୍ ଓ ପ୍ରୋଟେକ୍ସନ୍‌ ୱାଇପ୍‌ସ। ସେହିପରି ଗୃହ ସ୍ବଚ୍ଛତା ବର୍ଗରେ ରହିଛି ଡିସ୍‌ଇନ୍‌ଫେକ୍ଟାଣ୍ଟ୍‌ ସ୍ପ୍ରେ, ବିବିଧ ଉପଯୋଗୀ ଡିସ୍‌ଇନଫେକ୍ଟାଣ୍ଟ୍‌, ପନିପରିବା ପାଇଁ ୱାସିଂ ଲିକ୍ବିଡ୍ ଓ କ୍ଲିନର୍‌ ସ୍ପ୍ରେ। ଏହି ଉତ୍ପାଦଗୁଡ଼ିକ ଲାଗି କଂପାନି ପକ୍ଷରୁ ସ୍ବତନ୍ତ୍ର ପ୍ରଚାର ଅଭିଯାନ ଆରମ୍ଭ କରାଯାଇଛି। ଗ୍ରାହକମାନେ ଏହି ସାମଗ୍ରୀଗୁଡ଼ିକୁ ରିଲାଏନ୍ସ ସ୍ମାର୍ଟ, ରିଲାଏନ୍ସ ଫ୍ରେସ୍‌, ସ୍ମାର୍ଟ ଫଏଣ୍ଟ୍‌, ବିଗ୍ ବଜାର, ଇଜିଡେ କ୍ଲବ୍, ଜିଓମାର୍ଟ ଓ ନେଟ୍‌ମେଡ୍‌ସରୁ କିଣିପାରିବେ।

ସମ୍ବନ୍ଧିତ ଖବର