‘ଗ୍ୟାପ୍‌’କୁ ଭାରତ ଆଣିବ ରିଲାଏନ୍ସ

ଭୁବନେଶ୍ୱର: ଆମେରିକାର ଅଗ୍ରଣୀ ଫେସନ୍ ବ୍ରାଣ୍ଡ୍‌ ‘ଗ୍ୟାପ୍‌’କୁ ଭାରତ ଆଣିବା ପାଇଁ ରିଲାଏନ୍ସ ରିଟେଲ୍ ପକ୍ଷରୁ ଗ୍ୟାପ୍ ଆଇଏନ୍‌ସି ସହିତ ଦୀର୍ଘମିଆଦୀ ଫ୍ରାଞ୍ଚାଇଜି ବୁଝାମଣା ସ୍ବାକ୍ଷର କରାଯାଇଛି। ସ୍ୱତନ୍ତ୍ର ବ୍ରାଣ୍ଡ୍ ଷ୍ଟୋର୍‌, ମଲ୍‌ଟି ବ୍ରାଣ୍ଡ୍ ଷ୍ଟୋର୍ ଓ ଡିଜିଟାଲ୍ କମର୍ସ ପ୍ଲାଟଫର୍ମରେ କଂପାନି ଗ୍ୟାପ୍ ସାମଗ୍ରୀ ଉପଲବ୍ଧ କରାଇବ। ଗ୍ୟାପ୍ ସହିତ ସହଯୋଗିତା ସ୍ଥାପନ କରି ଆମ ଅତ୍ୟନ୍ତ ଆନନ୍ଦିତ ବୋଲି ରିଲାଏନ୍ସ ରିଟେଲ୍‌ର ଫେସନ୍ ଓ ଲାଇଫ୍‌ଷ୍ଟାଇଲ ସିଇଓ ଅଖିଳେଶ ପ୍ରସାଦ କହିଛନ୍ତି। ରିଲାଏନ୍ସ ରିଟେଲ୍‌ ସହ ଯୋଡ଼ି ହୋଇଥିବାରୁ ଗ୍ୟାପ୍‌ ଆଇଏନ୍‌ସିର ଆନ୍ତର୍ଜାତିକ ପରିଚାଳନା ନିର୍ଦେଶକ ଆଡ୍ରିଏନି ଗର୍ନାଡ୍‌ ଖୁସି ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର