ଇ-କମର୍ସ କ୍ଷେତ୍ରରେ ପାଦ ଦେବ ରିଲାଏନ୍ସ : ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀରେ ଏହି ଘୋଷଣା କଲେ ମୁକେଶ ଅମ୍ବାନି

ୱାଲମାର୍ଟ୍ ଓ ଆମାଜନକୁ ଟକ୍କର ଦେବେ ମୁକେଶ ଅମ୍ବାନି

ମୁମ୍ବାଇ : ୱାଲମାର୍ଟ୍ ଓ ଆମାଜନକୁ ଟକ୍କର ଦେବ ରାଲାଏନ୍ସ।  ଏସିଆର ସବୁଠୁ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର  ଅଧ୍ୟକ୍ଷ ମୁକେଶ ଅମ୍ବାନି ଇ-କମର୍ସ କ୍ଷେତ୍ରରେ ପାଦ ଦେବା କଥା ଘୋଷଣା କରିଛନ୍ତି । ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀରେ ମୁକେଶ ଏହି ଘୋଷଣା କରି ଥିବାବେଳେ ଆଗକୁ ଜୋରଦାର ପ୍ରତିଯୋଗିତା ହେବ ବୋଲି କୁହାଯାଉଛି । ୨୦୦୬ରୁ ରିଟେଲ୍ କ୍ଷେତ୍ରରେ ରିଲାଏନ୍ସ ରିଟେଲ ନିଜ ଉପସ୍ଥିତି ଜାହିର୍ କରିସାରିଛି ।

ବର୍ତମାନ ଦେଶରେ ୧୦ ହଜାରରୁ ଅଧିକ ରିଲାଏନ୍ସ ରିଟେଲ୍ ଆଉଟଲେଟ୍ ରହିଛି । ଆଗକୁ ଜିଓ ସହାୟତାରେ ମୁକେଶ ଅମ୍ବାନି ପରିଚାଳିତ ରିଲାଏନ୍ସ ଗ୍ରୁପ୍ ଇ-କମର୍ସ କ୍ଷେତ୍ରରେ ପ୍ରବେଶ କରିବ । ତେବେ ଏଥିପାଇଁ ଉଭୟ ଅଫଲାଇନ୍ ଓ ଅନଲାଇନ୍ ବ୍ୟବସାୟୀଙ୍କୁ ଯୋଡ଼ା ଯିବ । ମାତ୍ର ୧୮ ମାସ ମଧ୍ୟରେ ଏହା ଆରମ୍ଭ ହେବା କଥା ମୁକେଶ ଅମ୍ବାନି ସୂଚନା ଦେଇ ଥିବାବେଳେ ଆଗକୁ ଏହା ୱାଲମାର୍ଟ ଓ ଆମାଜନକୁ ଟକ୍କର ଦେବା କୁହାଯାଉଛି ।

ସମ୍ବନ୍ଧିତ ଖବର