ପ୍ରୟାଗରାଜ: ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ (ଆରସିପିଏଲ୍‌) ମହାକୁମ୍ଭରେ ‘କାମ୍ପା ଆଶ୍ରମ’ ନିର୍ମାଣ କରିବାକୁ ଯାଉଛି। ସେଥିରେ ତୀର୍ଥଯାତ୍ରୀମାନେ ବିଶ୍ରାମ ନେବା ସହିତ ଜଳପାନ କରିପାରିବେ। ତୀର୍ଥଯାତ୍ରୀମାନଙ୍କୁ ଏକ ନିରାପଦ ଏବଂ ଶାନ୍ତିପୂର୍ଣ୍ଣ ସ୍ଥାନ ଯୋଗାଇବା ପାଇଁ ଏହି ଆଶ୍ରମ ପରିକଳ୍ପନା କରାଯାଇଛି। ରିଲାଏନ୍ସ ମହାକୁମ୍ଭ ଅଞ୍ଚଳରେ ତୀର୍ଥଯାତ୍ରୀମାନଙ୍କ ପାଇଁ ସ୍ପଷ୍ଟ ଓ ସହଜରେ ପଢି ହେବା ଭଳି ସୂଚନା ଫଳକ ଏବଂ ଦିଗସୂଚକ ବୋର୍ଡ ସ୍ଥାପନ କରୁଛି।

Advertisment

ଏହି ଅବସରରେ କମ୍ପାନି ସିଇଓ କେତନ ମୋଦୀ କହିଛନ୍ତି ଯେ ପ୍ରୟାଗରାଜ ମହାକୁମ୍ଭ ୨୦୨୫ରେ ଆମ ଅଂଶଗ୍ରହଣ ଏହି ଭବ୍ୟ ଆଧ୍ୟାତ୍ମିକ ସମାବେଶର ଭାବନାକୁ ସମ୍ମାନ ଜଣାଇବା ପାଇଁ ଉଦ୍ଦିଷ୍ଟ। ଏକ କମ୍ପାନି ଭାବରେ ଆମେ ଭାରତୀୟ ପରମ୍ପରା ସହିତ ଗଭୀର ଭାବରେ ସଂଯୁକ୍ତ। ଏହି ପବିତ୍ର ଆୟୋଜନ ଅବସରରେ ଲୋକମାନଙ୍କ ସେବା ଦ୍ୱାରା ଆମେ ଭାରତୀୟ ଗ୍ରାହକଙ୍କ ପରମ୍ପରାକୁ ନୂଆ ରୂପ ଦେଉଛୁ ବୋଲି ସେ କହିଛନ୍ତି।