ଭୁବନେଶ୍ବର: ରାୟଗଡ଼ାର ଗୁଣୁପୁର ଟାଉନ୍‌ରେ ରିଲାଏନ୍ସ ରିଟେଲ୍‌ର ପୋଷାକ ଓ ‌ଆକ୍‌ସେସୋରିଜ୍ ଷ୍ଟୋର୍‌ ‘ଟ୍ରେଣ୍ଡ୍‌ସ’ ଖୋଲିଛି। ଏହି ଷ୍ଟୋର୍‌ ଗ୍ରାହକମାନଙ୍କୁ ଆକର୍ଷିତ କରୁଥିବା ବେଳେ ସେଥିରେ ସେମାନଙ୍କ ପାଇଁ ମନପସନ୍ଦର ଫେସନେବଲ୍ ପୋଷାକ ଓ ସାମଗ୍ରୀ ଆଦି ସୁଲଭ ମୂଲ୍ୟରେ ଉପଲବ୍ଧ ହୋଇଛି।

Advertisment

ଗ୍ରାହକମାନେ ‌ଷ୍ଟୋର୍‌ରୁ ପୁରୁଷ, ମହିଳା ଓ ଶିଶୁଙ୍କ ପାଇଁ ‌ଟ୍ରେଣ୍ଡି ପୋ‌ଷାକ କିଣିପାରିବେ। ଗୁଣୁପୁରରେ ଏହା ଟ୍ରେଣ୍ଡ୍‌ସର ପ୍ରଥମ ଷ୍ଟୋର୍‌ ଯାହାକୁ ୬୫୦୦ ବର୍ଗଫୁଟରେ ସ୍ଥାପନ କରାଯାଇଛି। ଉଦଘାଟନୀ ଅଫର ଭାବେ ଗ୍ରାହକମାନେ ୩୪୯୯ ଟଙ୍କାର କିଣାକିଣି କଲେ ୧୯୯ ଟଙ୍କା ମୂଲ୍ୟରେ ଏକ ଆକର୍ଷଣୀୟ ଉପହାର ପାଇପାରିବେ।