ଖୁବ୍‌ ଶୀଘ୍ର ଜିଓ ଲଞ୍ଚ କରିବ ‘ଜିଓ ହୋଲୋବୋର୍ଡ ଏମ୍‌ଆର୍‌ ହେଡ୍‌ସେଟ୍‌’, ଅନ୍‌ଲାଇନ୍‌ ଟ୍ରାଏଲ କରି କିଣି ପାରିବେ ପୋଷାକ

ନୂଆଦିଲ୍ଲୀ : ଏବେ ଲୋକେ ନିଜର ସମୟ ବଞ୍ଚାଇବା ପାଇଁ ଅନ୍‌ଲାଇନ୍‌ ସପିଂ କରିବାକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଅନ୍‌ଲାଇନ୍‌ ନିଜ ମନ ପସନ୍ଦର ପୋଷାକ ଦେଖିବା ସହ ରଙ୍ଗ ଚୟନ କରି ପୋଷାକ କିଣୁଛନ୍ତି । କିନ୍ତୁ ସେମାନଙ୍କୁ ବାହାର ଦୋକାନ ଭଳି ପୋଷାକ ପିନ୍ଧି ପରୀକ୍ଷା କରିବାକୁ ସୁଯୋଗ ମିଳୁ ନାହିଁ । ବାହାରେ ଥିବା ମଲ୍‌କୁ ଯାଇ ଲୋକେ ଏକା ସାଙ୍ଗରେ ୫-୬ଟି ପୋଷାକ ପିନ୍ଧି ପରୀକ୍ଷା କରିବା ସହ ଭଲ ମାନୁଥିବା ପୋଷାକକୁ କିଣିଥାନ୍ତି । କିନ୍ତୁ ଅନ୍‌ଲାଇନ୍‌ ସପିଂ ଆପ୍‌ରେ ସେ ସବୁ ସୁବିଧା ଏ ପର୍ଯ୍ୟନ୍ତ ଉପଲବ୍ଧ ହୋଇ ନାହିଁ ।

Image result for reliance-will-launch-jio-holoboard-for-online-shopping
NDTV Gadgets

ତେବେ ଜିଓ ତାହା ଖୁବ୍‌ ଶୀଘ୍ର ଏହି ସୁବିଧା ଉପଲବ୍ଧ କରାଇବ ବୋଲି ଘୋଷଣା କରିଛି । ଖୁବ୍‌ ଶୀଘ୍ର ଜିଓ  ହୋଲୋବୋର୍ଡ ଏମ୍‌ଆର୍‌ ହେଡ୍‌ସେଟ୍‌ ଆଣିବାକୁ ଯାଉଛି । ଏହା ୩ଡି ହୋଲୋଗ୍ରାମ୍‌ ତିଆରି କରିବା ସହ ଗ୍ରାହକମାନେ ଏହାକୁ ନିଜ ଫୋନ ସହ ସଂଯୋଗ କରି ପୋଷାକ ଟ୍ରାଏଲ କରି ପାରିବେ । ଏହି ହେଡ୍‌ସେଟ୍‌କୁ ଫୋନ ସହ ସଂଯୋଗ କରି ଲୋକେ ସପିଂ ଆପ୍‌ରେ ପୋଷାକର ଟ୍ରାଏଲ କରି ପାରିବେ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ  ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଓ ପୁଅ ଆକାଶ ଅମ୍ବାନୀ ଜଣାଇଛନ୍ତି । ଏହା ସହ ସହ ଡେମୋ ମଧ୍ୟ ଦେଖାଇଛନ୍ତି । ଖୁବ୍‌ ଶୀଘ୍ର ସୁଲଭ ମୁଲ୍ୟରେ ଏହା ବଜାରରେ ଉପଲବ୍ଧ ହେବ ବୋଲି ମଧ୍ୟ ଦୁହେଁ ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର