ରିଲାଏନ୍ସ ଜିଓର ନୂତନ ପ୍ଲାନ୍‌ ଓ ଡାଟା ସମ୍ପର୍କରେ ଜାଣନ୍ତୁ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ଧନ ଧନା ଧନ ଅଫର ବ୍ୟବହାରକାରୀଙ୍କ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହୋଇଛି । ତେବେ ଏହି ୩୯୯ ଟଙ୍କିଆ ପ୍ଲାନର ବୈଧତା ରହିଛି ୮୪ ଦିନ ରହିଛି। ଏଥିରେ ୟୁଜର୍ସଙ୍କୁ ୮୪ଦିନ ପର୍ଯ୍ୟନ୍ତ ଅସୀମିତ ଡାଟା ମିଳୁଛି। ଏହି ଅଫର ପ୍ଲାନରେ ଜିଓର ଗୋଟିଏ ସର୍ତ୍ତ ରହିଛି କି, ୟୁଜର୍ସଙ୍କୁ ପ୍ରତିଦିନ ହିସାବରେ ହାଇସ୍ପିଡର କେବଳ ୧ଜିବି ହିଁ ଡାଟା ମିଳିବ ଏବଂ ଏହି ସୀମା ଶେଷ ହେବା ପରେ ସ୍ପିଡ କମ ହୋଇଯିବ । ତେବେ ଏହି ସ୍ପିଡ ହ୍ରାସ ପାଇବା ପରେ ୧୨୮କେବିପିଏସକୁ ଚାଲି ଆସିବ । ଏହାବ୍ୟତୀତ ଏହି ପ୍ୟାକରେ ଅସୀମିତ କଲିଂର ସୁବିଧା ମଧ୍ୟ ଦିଆଯାଇଛି । ସେହିପରି ଏଥିରେ ଜିଓର ସମସ୍ତ ଆପର ସବସିକ୍ରିପସନ ମଧ୍ୟ ମାଗଣାରେ ଉପଲବ୍ଧ । ଏହି ପ୍ୟାକରେ ହାଇ ସ୍ପିଡର ମୋଟ ୮୪ଜିବି ଡାଟା ମିଳିଥାଏ ।

ଅନ୍ୟପଟେ, ଜିଓର ୫୦୯ ଟଙ୍କିଆ ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ୫୬ ଦିନ ପର୍ଯ୍ୟନ୍ତ ଅସୀମିତ ଡାଟାର ସୁବିଧା ମିଳିବା ସହିତ ପ୍ରତିଦିନ ହିସାବରେ ହାଇ ସ୍ପିଡର ୨ଜିବି ଡାଟା ମଧ୍ୟ ମିଳିଥାଏ । ଆଉ ଏହି ସୀମା ଶେଷ ହେବା ପରେ ଏହାର ସ୍ପିଡ ମଧ୍ୟ ହ୍ରାସ ପାଇ ୧୨୮କେବିପିଏସକୁ ଚାଲିଆସିାଏ । ହେଲେ ଇଂଟରନେଟ ଅନଲିମିଟେଡ୍‌ ଚାଲୁରହିଥାଏ । ଏହି ଡାଟା ପ୍ୟାକରେ ହାଇ ସ୍ପିଡରେ ୧୧୨ଜିବି ଇଂଟରନେଟ୍‌ର ଲାଭ ବି ଉଠାଇ ପାରିବେ।

ରିଲାଏନ୍‌ସ ଜିଓର ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ ହେଉଛି ୧୯ ଟଙ୍କା । ଏଥିରେ ଗୋଟିଏ ଦିନ ପାଇଁ ଅସୀମିତ କଲିଂର ସୁବିଧା ରହିଛି । ଏହାବ୍ୟତୀତ, ୨୦୦ଏମବି ଡାଟା ମଧ୍ୟ ଉପଲବ୍ଧ । ଏଥିସହିତ ଜିଓର ଗୋଟିଏ ସପ୍ତାହର ରିଚାର୍ଜ ପ୍ଲାନ ହେଉଛି ୯୬ ଟଙ୍କା । ଯେଉଁଥିରେ ରହିଛି ସାତ ଦିନ ପର୍ଯ୍ୟନ୍ତ ଅସୀମ ଇଂଟରନେଟ୍‌ ସୁବିଧା ସେହିପରି ପ୍ରତିଦିନ ହିସାବରେ ଏହି ପ୍ଲାନରେ ହାଇସ୍ପିଡର ୧ଜିବି ଡାଟା । ଏହାର ସୀମା ଶେଷ ହେବା ପରେ ୧୨୮କେବିପିଏସ ହୋଇଯାଇଥାଏ, କିନ୍ତୁ ଇଂଟରନେଟ ଅନଲିମିଟେଡ୍‌ ଚାଲି ରହିଥାଏ।

ସମ୍ବନ୍ଧିତ ଖବର