ଗ୍ରାହକଙ୍କ ସହ ରିଲାଏନ୍ସ ଟ୍ରେଣ୍ଡ୍‌ସ ପାଳନ କରୁଛି ପ୍ରଥମାଷ୍ଟମୀ ପର୍ବ

ଭୁବନେଶ୍ୱର,: ଦେଶର ଅନ୍ୟତମ ବୃହତ୍‌ ଫ୍ୟାସନ୍‌ ସୋରୁମ୍‌ ରିଲାଏନ୍ସ ଟ୍ରେଣ୍ଡ୍‌ସ ଓଡ଼ିଶାରେ ଏହାର ଗ୍ରାହକଙ୍କ ସହିତ ପ୍ରଥମାଷ୍ଟମୀ ପର୍ବ ପାଳନ କରୁଛି। ଏଥିପାଇଁ ବିଭିନ୍ନ ପ୍ରକାର ଆକର୍ଷଣୀୟ ପଦକ୍ଷେପ ନିଆଯାଇଛି। ଚଳିତ ମାସ ୬ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଏହା ପାଳନ ହେବ। ଫଳରେ ପ୍ରଥମାଷ୍ଟମୀରେ ପୋଷାକପତ୍ର କିଣାକିଣି ପାଇଁ ରିଲାଏନ୍ସ ଟ୍ରେଣ୍ଡ୍‌ରେ ଭିଡ଼ ପରିଲକ୍ଷିତ ହୋଇଛି। ୬ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ୬ ଦିନ ପାଇଁ ପ୍ରତ୍ୟକ୍ଷ ମାମୁଁମାନେ ସେମାନଙ୍କ ଭଣଜା ବା ଭାଣିଜୀଙ୍କ ସହିତ ଭୁବନେଶ୍ୱର ଓ କଟକର ରିଲାଏନ୍ସ ଟ୍ରେଣ୍ଡ୍‌ସ ଷ୍ଟୋରକୁ ଆସି କିଣାକିଣି କରିବା ସମୟରେ ଫଟୋ ସୁଟ୍‌ ଦେଲେ ସେମାନଙ୍କ ପାଇଁ ଆକର୍ଷଣୀୟ ଉପହାର ଜିତିବା ସୁଯୋଗ ରହିଛି।

ସମ୍ବନ୍ଧିତ ଖବର