ରେଲିଗେୟାର୍‌ର ‘ସୁପର ମେଡିକ୍ଲେମ୍’ ବୀମା ଯୋଜନା

ଭୁବନେଶ୍ବର ରେଲିଗେୟାର୍‌ ହେଲ୍‌ଥ ଇନ୍‌ସ୍ୟୁରାନ୍ସ ତରଫରୁ ସୁପର୍‌ ମେଡିକ୍ଲେମ୍ ନାମକ ନୂତନ ବୀମା ଯୋଜନା ଉନ୍ମୋଚନ କରାଯାଇଛି। ଏହା ଏକ ବ୍ୟାପକ ସ୍ବାସ୍ଥ୍ୟ ବୀମା ଯୋଜନା ଯେଉଁଥିରେ ଜଟିଳ ଅସୁସ୍ଥତା ଓ ଅସ୍ତ୍ରୋପଚାର ଉପରେ ବୀମା ସୁରକ୍ଷା ପ୍ରଦାନ କରାଯାଉଛି। ଏହା ଚାରିଟି ଭାରିଆଣ୍ଟ୍‌ ଯଥା କ୍ୟାନସର୍‌ ମେଡିକ୍ଲେମ୍, ହାର୍ଟ ମେଡିକ୍ଲେମ୍, କ୍ରିଟିକାଲ୍ ମେଡିକ୍ଲେମ୍ ଓ ଅପରେସନ୍ ମେଡିକ୍ଲେମ୍ ଭାବେ ଉପଲବ୍ଧ ହେଉଛି। କ୍ରିଟିକାଲ୍‌ ମେଡିକ୍ଲେମ୍‌ରେ ୩୨ ପ୍ରକାର ଜଟିଳ ଅସୁସ୍ଥତା ଉପରେ ବୀମା ସୁରକ୍ଷା ମିଳିବ ବୋଲି କଂପାନିର ବ୍ୟବସାୟ ମୁଖ୍ୟ-ବ୍ୟାଙ୍କାସ୍ୟୁରାନ୍ସ ଏମ୍‌ ଏସ୍‌ କ୍ରିଷ୍ଣନ କହିଛନ୍ତି। ଏହା ବ୍ୟତୀତ ଏହି ପଲିସିରେ ସ୍ବାସ୍ଥ୍ୟ ଯାଞ୍ଚ, ଓପିଡି ଖର୍ଚ, ମନସ୍ତତ୍ବବିତ୍‌ ପରାମର୍ଶ, ଯତ୍ନ ଓ ଚିକିତ୍ସା ଖର୍ଚ ଆଦି ଉପରେ ମଧ୍ୟ ବୀମା ସୁରକ୍ଷା ପ୍ରଦାନ କରାଯାଉଛି ବୋଲି ଶ୍ରୀ କ୍ରିଷ୍ଣନ କହିଛନ୍ତି।

ସମ୍ବନ୍ଧିତ ଖବର