ଟ୍ବିଟ୍‌ରେ ୨୮୦ ଅକ୍ଷର କଟକଣା ହଟିବ, ବ୍ୟାପକ ‌କର୍ମଚାରୀ ଛଟେଇ ହେବ

ନୂଆଦିଲ୍ଲୀ: ଟ୍ବିଟରକୁ ଅଧିଗ୍ରହଣ କରିବା ପରେ ସେଥିରେ ବ୍ୟାପକ ପରିବର୍ତ୍ତନ କରିବା ଲାଗି ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କ ଉଦ୍ୟମ ଜାରି ରଖିଛନ୍ତି। ଟ୍ବିଟ୍‌ ପାଇଁ ୨୮୦ ଅକ୍ଷରର ଯେଉଁ ସୀମା ନିର୍ଧାରଣ କରାଯାଇଛି ତାହାକୁ ସେ ହଟାଇବେ ବୋଲି ଜଣାଇଛନ୍ତି। ଟ୍ବିଟର ଆରମ୍ଭ ହେବା ଦିନଠାରୁ ଟ୍ବିଟ୍‌ର ଅକ୍ଷୟର ସଂଖ୍ୟାକୁ ୧୪୦ରେ ସୀମିତ ରଖାଯାଇଥିଲା। ‌୨୦୧୭ ନଭେମ୍ବରରେ ସେହି ସୀମାକୁ ୨୮୦କୁ ବୃଦ୍ଧି କରାଯାଇଥିଲା। ଟ୍ବିଟ୍‌ର ଅକ୍ଷର ସୀମା ବଢ଼ିବ କି ବୋଲି ଜଣେ ବ୍ୟବହାରକାରୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ମସ୍କ ଲେଖିଛନ୍ତି ‘ନିଶ୍ଚିତ’।

ସେଥିରୁ ଏହା ଅନୁମାନ କରାଯାଉଛି ଯେ ଟ୍ବିଟ୍‌ର ଅକ୍ଷୟ ସୀମା ସମ୍ପ୍ରସାରିତ ହେବ। ଟ୍ବିଟରକୁ ଅଧିଗ୍ରହଣ କରିବା ପରେ କଂପାନିର ସିଇଓ ପରାଗ ଅଗ୍ରୱାଲଙ୍କ ସମେତ କିଛି ବରିଷ୍ଠ ଅଧିକାରୀଙ୍କୁ ମସ୍କ କାର୍ଯ୍ୟାଳୟରୁ ତଡ଼ି ଦେଇଥିଲେ। କଂପାନିରେ ବ୍ୟାପକ ଛଟେଇ ଲାଗି ମଧ୍ୟ ସେ ଯୋଜନା ପ୍ରସ୍ତୁତ କରିଛନ୍ତି। ଛଟେଇ ହେବାକୁ ଥିବା କର୍ମଚାରୀମାନଙ୍କ ତାଲିକା ଦାଖଲ କରିବାକୁ ସେ ପ୍ରବନ୍ଧକମାନଙ୍କୁ କହିଛନ୍ତି। କୁହାଯାଉଛି ଯେ ନଭେମ୍ବରରେ ଯୋଗ୍ୟ କର୍ମଚାରୀମାନଙ୍କୁ ଷ୍ଟକ ନଦେବା ଲାଗି ସେମାନଙ୍କୁ ଛଟେଇ କରିବା ପାଇଁ ମସ୍କ ଚାହୁଛନ୍ତି।

ସମ୍ବନ୍ଧିତ ଖବର