ସାବଧାନ! ଏହି କାରଣରୁ ପ୍ଲେ ଷ୍ଟୋରରୁ ୧୬ଟି ଆପ୍ସ ହଟାଇଲା ଗୁଗଲ, ଆପଣଙ୍କ ଫୋନରେ ଇନ୍‌ଷ୍ଟଲ ଥିଲେ ତୁରନ୍ତ ହଟାଇ ଦିଅନ୍ତୁ

ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନକୁ ଏଜେଣ୍ଟ ସ୍ମିଥ୍‌ ନାମକ ଏକ ମାଲେଓ୍ଵର ଆକ୍ରମଣ କରିଥିବା ଜଣା ପଡ଼ିଛି । ଏହା ଭାରତର ୧.୫କୋଟି ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନକୁ ପ୍ରଭାବିତ କରିଥିବା ବେଳେ ଚେକ୍‌ପଏଣ୍ଟ ଏହି ମାଲେଓ୍ଵରକୁ ଚିହ୍ନଟ କରିଛି । ସିକ୍ୟୁରିଟି ଫର୍ମ ଚେକ୍‌ପଏଣ୍ଟ ଅନୁଯାୟୀ ସେ ଗୁଗଲ ସହ ମିଶି ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା ଆରମ୍ଭ କରିଛି । ଥାର୍ଡ ପାର୍ଟି ଆପ୍‌ ଦ୍ୱାରା ଏହା ଆଣ୍ଡ୍ରଏଡ୍‌କୁ ଆସୁଥିବା ବେଳେ ଏ ନେଇ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ ବ୍ୟବହାରକରୀଙ୍କୁ ସତର୍କ କରାଯିବା ସହ ଚିହ୍ନଟ କରାଯାଇଥିବା ୧୬ଟି ଆପ୍ସକୁ ହଟାଇବା ପାଇଁ କୁହାଯାଇଛି । ଗୁଗଲ ନିଜ ପ୍ଲେ ଷ୍ଟୋରରୁ ଏହାକୁ ହଟାଇ ସାରିଥିବା ବେଳେ ବ୍ୟବହାରକାରୀମାନଙ୍କୁ ଏହାକୁ ତୁରନ୍ତ ହଟାଇବା ପାଇଁ କୁହାଯାଉଛି । ଏହାକୁ ନ ହଟାଇବା ଦ୍ୱାରା ଏହା ଆପଣଙ୍କ ଫୋନରେ ରହି ଆପଣଙ୍କ ତଥ୍ୟ ଚୋରି କରିବାର ଆଶଙ୍କା ରହିଛି । ତେବେ ମାଲେଓ୍ଵର ଥିବା ୧୬ଟି ଆପ୍ସ ଗୁଡ଼ିକ ହେଲା….

୧. ଲୁଡୋ ମାଷ୍ଟର-ନିଉ ଲୁଡୋ ଗେମ୍‌ ୨୦୧୯ ଫର୍‌ ଫ୍ରୀ
୨.ସ୍କାଏ ଓ୍ଵାରିୟର: ଜେନେରାଲ ଆଟାକ୍‌
୩.କଲର ଫୋନ ଫ୍ଲାସ-କଲ ସ୍କ୍ରିନ ଥିମ୍‌
୪.ବାୟୋ ବ୍ଲାଷ୍ଟ-ଇନ୍‌ଫିନିଟି ବ୍ୟାଟେଲ ସୁଟ୍‌ ଭାଇରସ
୫.ସୁଟଂ ଜେଟ୍‌
୬.ଫଟୋ ପ୍ରୋଜେକ୍ଟର
୭. ଗନ୍‌ ହିରୋ- ଗନ୍‌ମ୍ୟାନ ଗେମ୍‌ ଫର ଫ୍ରୀ

Yahoo Finance

୮. କୁକିଂ ଉଇଚ୍‌
୯. ବ୍ଲକ୍‌ମ୍ୟାନ ଗୋ : ଫ୍ରୀ ରିୟଲଏମ୍‌ଏସ୍‌ ଆଣ୍ଡ ମିନି ଗେମ୍ସ
୧୦. କ୍ରେଜି ଜୁସର- ହଟ୍‌ ନାଇଫ୍‌ ହିଟ୍‌ ଗେମ୍‌ ଆଣ୍ଡ ଜୁସ୍‌ ବ୍ଲାଷ୍ଟ
୧୧. କ୍ଲାସ ଅଫ୍‌ ଭାଇରସ
୧୨. ଆଙ୍ଗ୍ରୀ ଭାଇରସ
୧୩.ରାବିଟ୍‌ ଟେମ୍ପଲ
ଷ୍ଟାର ରେଞ୍ଜ
୧୪. କିସ୍‌ ଗେମ୍‌: ଟଚ୍‌ ହର୍‌ ହାର୍ଟ
ଗର୍ଲ କ୍ଲଥ୍‌ ଏକ୍ସରେ ସ୍କାନ ସିମ୍ୟୁଲେଟର

ସମ୍ବନ୍ଧିତ ଖବର