ନିମ୍ନମାନର ଲୁହାପଥର ଉପରୁ ରପ୍ତାନି ଶୁଳ୍କ ହଟିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାରା ନିମ୍ନମାନର ଲୁହାପଥର ଏବଂ କେତେକ ଇସ୍ପାତ ସାମଗ୍ରୀ ଉପରୁ ରପ୍ତାନି ଶୁଳ୍କ ହଟାଇ ଦେଇଛନ୍ତି। ଗତକାଲି ‌ଅର୍ଥ ମନ୍ତ୍ରାଳୟ ଏ ନେଇ ବିଜ୍ଞପ୍ତି ଜାରି କରିଥିବା‌ବେଳେ ଆଜିଠାରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି। ୫୮ ପ୍ରତିଶତରୁ କମ୍‌ ଲୁହାଅଂଶ ଥିବା ଲୁହାପଥର ଏବଂ ପେଲେଟ ଉପରୁ ରପ୍ତାନି ଶୁଳ୍କ ସଂପୂର୍ଣ୍ଣ ହଟାଇ ଦିଆଯାଇଛି।

ପୂର୍ବରୁ ଏହା ଉପରେ ଯଥାକ୍ରମେ ୫୦ ପ୍ରତିଶତ ଏବଂ ୪୫ ପ୍ରତିଶତ ରପ୍ତାନି ଶୁଳ୍କ ଆଦାୟ ହେଉଥିଲା। ୫୮ ପ୍ରତିଶତରୁ ଅଧିକ ଲୁହାଅଂଶ ଥିବା ଲୁହାପଥର ଲମ୍ପସ ଓ ଫାଇନ୍ସ ଉପରେ ପୂର୍ବପରି ୩୦ ପ୍ରତିଶତ ରପ୍ତାନି ଶୁଳ୍କ ଜାରି ରହିବ। ପିଗ୍‌ ଆଇରନ ଏବଂ ଏଚଏସ ୭୨୦୧, ୭୨୦୮, ୭୨୦୯, ୭୨୧୦, ୭୨୧୩,୭୨୧୪, ୭୨୧୯, ୭୨୨୨ ଏବଂ ୭୨୨୭ ଅଧୀନରେ ଆସୁଥିବା ଇସ୍ପାତ ଉତ୍ପାଦ ଉପରୁ ରପ୍ତାନି ଶୁଳ୍କ ଆଦାୟ ହେବନାହିଁ। ଅନ୍ୟପକ୍ଷରେ କୋକିଂ କୋଲ୍ ଓ ଫେରୋନିକେଲ ଉପରେ ୨.୫ ପ୍ରତିଶତ ଏବଂ କୋକ୍‌ ଓ ସେମି କୋକ୍‌ ଉପରେ ୫ ପ୍ରତିଶତ ଆମଦାନୀ ଶୁଳ୍କ ଲାଗିବ।

ସମ୍ବନ୍ଧିତ ଖବର