ରେନଲ୍ଟ ଇଣ୍ଡିଆ-ସେରୋ ରିସାଇକ୍ଲିଂ ସହଭାଗିତା

ନୂଆଦିଲ୍ଲୀ : ସେରୋ ରିସାଇକ୍ଲିଂ କମ୍ପାନି ସହ ମିଶି ରେନଲ୍ଟ ଇଣ୍ଡିଆ ଆର୍‌.ଇ.ଏଲ୍‌.ଆଇ.ଭି.ଇ. କାର୍ଯ୍ୟକ୍ରମ ଆରମ୍ଭ କରିଛି। ସେରୋ ରିସାଇକ୍ଲିଂ ହେଉଛି ମହିନ୍ଦ୍ରା ଇଣ୍ଟରଟ୍ରେଡ୍ ଏବଂ ରାଷ୍ଟ୍ରାୟତ୍ତ କମ୍ପାନି ଏମଏସଟିସିର ଏକ ଯୌଥ ଉଦ୍ୟୋଗ। ଏହି କମ୍ପାନି ହେଉଛି ଦେଶର ପ୍ରଥମ ସଂଗଠିତ ସ୍କ୍ରାପ୍ ଗାଡ଼ି ରିସାଇକ୍ଲିଂ କମ୍ପାନି। ଉଭୟ କମ୍ପାନି ଦ୍ବାରା ଆରମ୍ଭ କରାଯାଇଥିବା ଆର୍‌ଇଏଲ୍‌ଆଇଭିଇ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ଭାବ୍ୟ ଗ୍ରାହକମାନେ ସେମାନଙ୍କ ପୁରୁଣା ଗାଡ଼ିକୁ ସହଜରେ ସ୍କ୍ରାପ୍ କରିବା ଏବଂ ନୂଆ ଗାଡ଼ି କିଣିବା ସୁବିଧା ପାଇପାରିବେ। କେବଳ ସେତିକି ନୁହେଁ ନୂଆ ଗାଡ଼ି କିଣିବାରେ ମଧ୍ୟ ଆକର୍ଷଣୀୟ ସୁବିଧା ପାଇବେ। ବର୍ତ୍ତମାନ ରେନଲ୍ଟ ଇଣ୍ଡିଆ ପକ୍ଷରୁ ଦିଲ୍ଲୀ ଏନ୍‌ସିଆର୍‌, ଚେନ୍ନାଇ, ମୁମ୍ବାଇ, ପୁନେ ଏବଂ ବେଙ୍ଗାଲୁରୁ ଭଳି ୬ଟି ସ୍ଥାନରେ ଆରମ୍ଭ କରାଯାଇଛି। ଗ୍ରାହକଙ୍କ ସୁବିଧା ପାଇଁ ପୁରୁଣା ଗାଡ଼ିକୁ ସ୍କ୍ରାପରେ ବିକ୍ରିଠାରୁ ଆରମ୍ଭ କରି ନୂଆ ରେନଲ୍ଟ ଗାଡ଼ି କିଣିବା ପର୍ଯ୍ୟନ୍ତ ସୁବିଧା ଗ୍ରାହକଙ୍କୁ ରେନଲ୍ଟ ଇଣ୍ଡିଆ ଏବଂ ସେରୋ ରିସାଇକ୍ଲିଂର ଅଧିକାରୀମାନେ ଯୋଗ‌ାଇ ଦେବେ ବୋଲି ରେନଲ୍ଟ ଇଣ୍ଡିଆର କଣ୍ଟ୍ରି ସିଇଓ ତଥା ଏମ୍‌ଡି ଭେଙ୍କଟରାମ ମାମିଲାପାଲେ କହିଛନ୍ତି।

ସମ୍ବନ୍ଧିତ ଖବର