ନୂଆଦିଲ୍ଲୀ : ଭାରତରେ ରେନଲ୍ଟ କ୍ୱିଡ୍ ୨.୫ ଲକ୍ଷ ବିକ୍ରି ମାଇଲଖୁଣ୍ଟ ଅତିକ୍ରମ କରିଛି । ଏହି ଉପଲକ୍ଷେ କମ୍ପାନି ପକ୍ଷରୁ ନୂଆ କ୍ୱିଡ୍ ୨୦୧୮ ଫିଚର୍ ଲୋଡେଡ୍ ରେଞ୍ଜ ଲଞ୍ଚ କରାଯାଇଛି । ଏହା ଉଭୟ ମାନୁଆଲ୍ ଓ ଅଟୋମେଟିକ୍ ଟ୍ରାନ୍ସମିସନ୍ ବିକଳ୍ପରେ ଉପଲବ୍ଧ ହେବ । ଅନେକ ନୂଆ ପ୍ରକାରର ବୈଶିଷ୍ଟ୍ୟ ସହିତ ୮ଟି ଟ୍ରିମ୍ରେ ଉପଲବ୍ଧ ହେଉଥିବା ନୂଆ ରେନଲ୍ଟ କ୍ୱିଡ୍ ୨୦୧୮ ଫିଚର୍ ଲୋଡେଡ୍ ରେଞ୍ଜର ମୂଲ୍ୟ ଅପରିବର୍ତ୍ତିତ ରହିଛି । ଗ୍ରାହକମାନେ ଛଅଟି ଆକର୍ଷଣୀୟ ରଙ୍ଗ-ଫିଏରି ରେଡ୍, ପ୍ଲାନେଟ୍ ଗ୍ରେ, ମୁନଲାଇଟ୍ ସିଲଭର୍, ଆଇସ୍କୁଲ୍ ହ୍ଵାଇଟ୍, ଆଉଟ୍ବ୍ୟାକ୍ ବ୍ରୋଞ୍ଜ ଓ କ୍ୱିଡ୍ କ୍ଲାଇମ୍ବର ପାଇଁ ଇଲେକ୍ଟିକ୍ ବ୍ଲୁ ମଧ୍ୟରୁ ଚୟନ କରିପାରିବେ। ରେନଲ୍ଟ କ୍ୱିଡ୍ ୨୦୧୮ ଫିଚର୍ ଲୋଡେଡ୍ ରେଞ୍ଜ୍ର ବୁକିଙ୍ଗ ଭାରତର ସବୁ ରେନଲ୍ଟ ଡିଲରସିପ୍ରେ ଆରମ୍ଭ ହୋଇଛି।ଏହି ମଡେଲରେ ରହିଛି ୭-ଇଞ୍ଚ ଟଚ୍ସ୍କ୍ରିନ୍ ମିଡିଆ ଏନ୍ଏଭି ବ୍ୟବସ୍ଥା, ପଛ କ୍ୟାମେରା, ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଚ କ୍ଲଷ୍ଟର୍, ୱାନ୍ ଟଚ୍ ଲେନ୍ ଚେଞ୍ଜ ଇଣ୍ଡିକେଟର୍, ରେଡିଓ ସ୍ପିଡ୍ ଡିପେଣ୍ଡେଂଟ୍ ଭଲ୍ୟୁମ୍ କଣ୍ଟ୍ରୋଲ୍ ଓ ପ୍ରୋ-ସେନ୍ସ ସିଟ୍ ବେଲ୍ଟ ପ୍ରିଟେନ୍ସନର୍ ସହିତ ଲୋଡ୍ ଲିମିଟର୍ ।
ଏହି ଉନ୍ମୋଚନ ବିଷୟରେ ସୁମିତ ସହନି, କଣ୍ଟ୍ରି ସିଇଓ ଓ ପରିଚାଳନା ନିର୍ଦେଶକ, ରେନଲ୍ଟ ଇଣ୍ଡିଆ ଅପରେସନସ୍ କହିଛନ୍ତି ଯେ, ‘୨.୫ ଲକ୍ଷରୁ ଅଧିକ ଗ୍ରାହକଙ୍କ ସମେତ ରେନଲ୍ଟ କ୍ୱିଡ୍ କମ୍ପାକ୍ଟ କାର୍ କ୍ଷେତ୍ରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଦ୍ରୁତ ପରିବର୍ତ୍ତିତ ଓ ଉଦୀୟମାନ ଗ୍ରାହକ ଟ୍ରେଣ୍ଡ୍କୁ ନେଇ ଆମେ ନିୟମିତ ଭାବେ ଉତ୍ପାଦରେ ଉନ୍ନତୀକରଣ କରି କ୍ୱିଡ୍କୁ ସମସାମୟିକ ରଖିଛୁ। ଆଗକୁ ବଢ଼ି, କ୍ୱିଡ୍ ୨୦୧୮ ଫିଚର୍ ଲୋଡେଡ୍ ରେଞ୍ଜ୍ରେ ଡିଜାଇନ୍ ଓ ବୈଷୟିକ ଉନ୍ନତି ଅଣାଯାଇଥିବା ବେଳେ ମୂଲ୍ୟକୁ ଅତ୍ୟନ୍ତ ସମ୍ମୋହକ ରଖାଯାଇଛି ଯାହା ଏହାକୁ ଆହୁରି ଆକର୍ଷଣୀୟ କରିପାରିଛି ।