ରେନଲ୍ଟର ନୂଆ କ୍ୱିଡ୍‌ ୨୦୧୮

ମୂଲ୍ୟ ୨.୮୫ ଲକ୍ଷ ଟଙ୍କାରୁ ଆରମ୍ଭ

ଭୁବନେଶ୍ୱର: ନୟାପଲ୍ଲୀ ସ୍ଥିତ ରେନଲ୍ଟ ଭୁବନେଶ୍ୱରରେ ଆଜି ରେନଲ୍ଟର ନୂଆ କ୍ୱିଡ୍‌ ୨୦୧୮ ଫିଚର୍‌ ଲୋଡେଡ୍‌ ରେଞ୍ଜ୍‌କୁ ଉନ୍ମୋଚନ କରାଯାଇଛି। ଏହା ଉଭୟ ମାନୁଆଲ୍‌ ଓ ଅଟୋମେଟିକ୍‌ ଭର୍ସନରେ ଉପଲବ୍ଧ ହେବ। ନୂଆ କ୍ୱିଡ୍‌ର ଭୁବନେଶ୍ୱର ମୂଲ୍ୟ ୨.୮୫ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୪.୮୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହାର ଉନ୍ମୋଚନ ଅବସରରେ ରେନଲ୍ଟର ଏରିଆ ମ୍ୟାନେଜର ସୁଜୟ ସିଂହ, ଏସ୍‌ବିଆଇର ଏଜିଏମ୍‌ ସନ୍ତୋଷ ଏନ୍‌ ଜେନା, ଗର୍ଗସନ୍‌ ଗ୍ରୁପ୍‌ର ପରିଚାଳନା ନିର୍ଦେଶକ ସତୀଶ ଗର୍ଗ, ନିର୍ଦେଶକ ସିଦ୍ଧାର୍ଥ ଗର୍ଗ, ଭିପି ରଞ୍ଜନ ମହାପାତ୍ର ଓ ରେନଲ୍ଟ ଭୁବନେଶ୍ୱରର ଡିଜିଏମ୍‌-ବିକ୍ରି ଅମୂଲ୍ୟ ଜେନା ଉପସ୍ଥିତ ଥିଲେ।

ଏହି ନୂଆ ମଡେଲ୍‌ରେ କଂପାନି ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ରିଭର୍ସ ପାର୍କିଂ କ୍ୟାମେରା, ପଛ ଆର୍ମ ରେଷ୍ଟ୍‍ ଓ ଯାତ୍ରୀଙ୍କ ସୁବିଧା ପାଇଁ ପଛରେ ୧୨ଭି ସକେଟ୍‌ ବ୍ୟବହାର କରାଯାଇଛି। କ୍ୱିଡ୍‌ ବର୍ଗର କାର୍‌ରେ ପ୍ରଥମ ଥର ପାଇଁ କୌଣସି କଂପାନି ଏଭଳି ଉନ୍ନତ ମାନର ସୁବିଧା ପ୍ରଦାନ କରିଛି। ଯାତ୍ରୀ ନିରାପତ୍ତାକୁ ଏଥିରେ ବିଶେଷ ଧ୍ୟାନ ଦିଆଯାଇଛି। ଡ୍ରାଇଭର୍‌ ଏୟାରବ୍ୟାଗ୍‌ ଥିବା ବେଳେ ପ୍ରୋ ସେନ୍ସ ସିଟ୍‌ ବେଲ୍ଟ ଓ ପଛ ଇଏଲ୍‌ଆର୍‌ (ଏମର୍ଜେନ୍ସି ଲକିଂ ରିଟ୍ରାକ୍ଟର) ସିଟ୍‌ ବେଲ୍ଟ ରହିଛି। ଅଟୋମେଟିକ୍‌ ଭାରିଆଣ୍ଟ୍‌ରେ ଟ୍ରାଫିକ୍‌ ଆସିଷ୍ଟ୍‍ ବ୍ୟବସ୍ଥା ମଧ୍ୟ ରହିଛି। ଏହା ୮ଟି ଟ୍ରିମ୍‌ରେ ଉପଲବ୍ଧ ହେଉଥିବା ବେଳେ ଚାରି ବର୍ଷ କିମ୍ବା ୧ ଲକ୍ଷ କିମିର ଓ୍ଵାରେଣ୍ଟି ପ୍ରଦାନ କରାଯାଉଛି। ନୂଆ କ୍ୱିଡ୍‌ରେ ଥିବା ଅନ୍ୟାନ୍ୟ ବ୍ୟବସ୍ଥାଗୁଡ଼ିକ ଭିତର ଅଛି ୭ ଇଞ୍ଚ୍‌ ଟଚ୍‌ସ୍କ୍ରିନ୍‌ ମିଡିଆ ଏନ୍‌ଏଭି ବ୍ୟବସ୍ଥା, ଡିଜିଟାଲ୍‌ ଇନଷ୍ଟମେଣ୍ଟ୍‌ କ୍ଲଷ୍ଟର୍‌, ଓ୍ଵାନ୍‌ ଟଚ୍‌ ଲେନ୍‌ ଚେଞ୍ଜ ଇଣ୍ଡିକେଟର୍‌ ଓ ଭିତର ପାର୍ଶ୍ୱରେ ଅଧିକ ଫାଙ୍କା ସ୍ଥାନ।

ସମ୍ବନ୍ଧିତ ଖବର