ଭୁବନେଶ୍ୱର ନର୍ଥରେ ରେନଲ୍ଟ କ୍ୟାପଚର ଉନ୍ମୋଚିତ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ପାହାଳରେ ଅବସ୍ଥିତି ରେନଲ୍ଟ ସୋ’ରୁମ୍‌ ଭୁବନେଶ୍ୱର ନର୍ଥଠାରେ ଆଜି ରେନଲ୍ଟର ନୂଆ ଏସ୍‌ୟୁଭି କ୍ୟାପ୍‌ଚର ଉନ୍ମୋଚିତ ହୋଇଛି। ସଂଧ୍ୟାରେ ଆୟୋଜିତ ଉତ୍ସବରେ ଏସ୍‌ବିଆଇର ଡିଜିଏମ୍‌ ବିଜୟ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି କାରର୍‌ ଉନ୍ମୋଚନ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରେନଲ୍ଟ ଭୁବନେଶ୍ୱର ନର୍ଥ ସୋରୁମ୍‌ର ଚେୟାରମ୍ୟାନ୍‌ ବିରେନ୍ଦ୍ର ଧାଓ୍ଵନ, ସୋରୁମ୍‌ର ଜେନେରାଲ ମ୍ୟାନେଜର (ବିକ୍ରି) ବିଭୂତି ଭୂଷଣ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍‌ଟି ଉଭୟ ପେଟ୍ରୋଲ ଏବଂ ଡିଜେଲ ଭର୍ସନରେ ଉପଲବ୍ଧ ହେଉଛି। ପେଟ୍ରୋଲରେ ୩ଟି ଭାରିଆଣ୍ଟ ଏବଂ ଡିଜେଲରେ ୪ଟି ଭାରିଆଣ୍ଟ ଆସିଛି। ପେଟ୍ରୋଲ ଭାରିଆଣ୍ଟ ଗୁଡ଼ିକର ଏକ୍ସସୋରୁମ୍‌ ମୂଲ୍ୟ (ଦିଲ୍ଲୀ) ୯.୯ ଲକ୍ଷ ଟଙ୍କାରୁ ୧୧.୬୯ ଲକ୍ଷ ଟଙ୍କା ମଧ୍ୟରେ ରହିଥିବାବେଳେ ଡିଜେଲ ଭାରିଆଣ୍ଟ ଗୁଡ଼ିକର ଏକ୍ସସୋରୁମ୍‌ (ଦିଲ୍ଲୀ) ମୂଲ୍ୟ ୧୧ ଲକ୍ଷ ୩୯ ହଜାରରୁ ୧୩ ଲକ୍ଷ ୮୮ ହଜାର ଟଙ୍କା ମଧ୍ୟରେ ରହିଛି ବୋଲି ଜେନେରାଲ ମ୍ୟାନେଜର ଶ୍ରୀ ଭୂୟାଁ ଏହି ଅବସରରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର