ଭୁବନେଶ୍ବର: ନୟାପଲ୍ଲୀ ଠାରେ ଥିବା ରେନୋ ଭୁବନେଶ୍ବର ସୋ’ରୁମ୍ରେ ଆଜି ନୂଆ ଡଷ୍ଟର୍କୁ ଉନ୍ମୋଚନ କରାଯାଇଛି। ରେନୋ ଇଣ୍ଡିଆ ପକ୍ଷରୁ ଏଥିରେ ୨୫ ପ୍ରକାର ନୂତନ ସୁବିଧା ସୁଯୋଗ ବ୍ୟବହାର କରାଯାଇଛି। ଏହାକୁ ସୋ’ରୁମ୍ର ବରିଷ୍ଠ ଅଧିକାରୀଙ୍କ ସହ ମିଶି ଗର୍ଗସନ୍ ଗ୍ରୁପ୍ର ଏମ୍ଡି ସତୀଶ ଗର୍ଗ ଓ ନିର୍ଦେଶକ ସିଦ୍ଧାର୍ଥ ଗର୍ଗ ଉନ୍ମୋଚନ କରିଛନ୍ତି। ଏହା ପେଟ୍ରୋଲ୍ରେ ୩ଟି ଓ ଡିଜେଲ୍ରେ ୬ଟି ଭାରିଆଣ୍ଟ୍ ସହ ଆସିଛି। ଗ୍ରାହକମାନେ କାସ୍ପିଆନ୍ ବ୍ଲୁ ଓ ମହୋଗାନି ବ୍ରାଉନ୍ ସମେତ ୭ଟି ରଙ୍ଗ ମଧ୍ୟରୁ ନିଜ ପସନ୍ଦର ରଙ୍ଗକୁ ଚୟନ କରିପାରିବେ। ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୭,୯୯,୦୦୦ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ଟପ୍ ଏଣ୍ଡ୍ ମଡେଲ୍ର ମୂଲ୍ୟ ହେଉଛି ୧୩,୧୪,୯୦୦ ଟଙ୍କା। ଏହାର ଭିତର ପାର୍ଶ୍ବକୁ ଆରାମଦାୟକ କରାଯାଇଥିବା ବେଳେ ବାହାର ପାର୍ଶ୍ବକୁ ଆକର୍ଷଣୀୟ କରାଯାଇଛି। ଏହା ବ୍ୟତୀତ ହାଇ-ଟେକ୍ ଇନ୍ଫୋଟେନ୍ମେଣ୍ଟ୍ ଓ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି।
‘ରେନୋ ଭୁବନେଶ୍ବର’ରେ ନୂଆ ଡଷ୍ଟର୍
/sambad/media/post_attachments/wp-content/uploads/2019/07/Untitled-9-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)