ରେନୋ ଇଣ୍ଡିଆର ୧୦ ବର୍ଷ ପୂର୍ତ୍ତି ପାଳନ: ନୂଆ କାଇଗ୍‌ର୍‌ ଆର୍‌ଏକ୍ସଟି (ଓ), କ୍ବିଡ୍‌ ମାଇଁ୨୧ ଉନ୍ମୋଚିତ

ଭୁବନେଶ୍ବର: ଦେଶର ଅଗ୍ରଣୀ କାର୍‌ ନିର୍ମାତା ରେନୋ ଇଣ୍ଡିଆ ପକ୍ଷରୁ ଭାରତ କାରବାରର ୧୦ ବର୍ଷ ପୂର୍ତ୍ତି ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ କଂପାନିର ନୟାପଲ୍ଲୀ ସ୍ଥିତ ଡିଲର୍‌ସିପ୍‌ ‘ରେନୋ ଭୁବନେଶ୍ବର’ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ କଂପାନିର ଉସଭାପତି (ବିକ୍ରି ଓ ମାର୍କେଟିଂ) ସୁଧୀର ମଲହୋତ୍ରା ଦୁଇଟି ନୂଆ କାର୍‌ ରେନୋ କାଇଗର୍‌ ଆର୍‌ଏକ୍ସଟି (ଓ) ଓ କ୍ବିଡ୍ ମାଇଁ୨୧କୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଗର୍ଗସନ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ସତୀଶ ଗର୍ଗ ଓ ରେନୋ ଭୁବନେଶ୍ବରର ନିର୍ଦେଶକ ସିଦ୍ଧାର୍ଥ ଗର୍ଗ ଓ ଅନ୍ୟମା‌ନେ ଉପସ୍ଥିତ ଥିଲେ।

କାଇଗର୍‌ ଆର୍‌ଏକ୍ସଟି (ଓ) ଭାରିଆଣ୍ଟ୍‌ରେ ରହିଛି ଏକ ଲିଟର ଇଞ୍ଜିନ ଓ ଏହା ଉଭୟ ମାନୁଆଲ୍ ଓ ଏଏମ୍‌ଟି ଟ୍ରାନ୍ସମିସନ ବିକଳ୍ପରେ ଉପଲବ୍ଧ ହୋଇଛି। ଏଲ୍‌ଇଡି ହେଡ୍‌ଲ୍ୟାମ୍ପ୍, ଡାଇମଣ୍ଡ୍ କଟ୍‌ ଆଲଏ ହ୍ବିଲ୍, ଡୁଆଲ୍ ଟୋନ୍ କଲର୍‌, ଫ୍ଲୋଟିଂ ଟଚ୍‌ ସ୍କ୍ରିନ୍ ଭଳି ସୁବିଧା ଏଥିରେ ରହିଛି ଯାହା ଗ୍ରାହକଙ୍କ ଅନୁଭୂତିରେ ଉନ୍ନତି ଆଣିବାରେ ସହାୟକ ହେବ। ଭୁବନେଶ୍ବରରେ ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୭ ଲକ୍ଷ ୩୭ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ସେହିପରି, କ୍ବିଡ୍ ମାଇଁ୨୧ ଭାରିଆଣ୍ଟ୍‌ରେ ୦.୮ ଲିଟର ଓ ୧ ଲିଟର ଇଞ୍ଜିନ କ୍ଷମତା ସହ ମାନୁଆଲ୍ ଓ ଅଟୋମେଟିକ୍ ଟ୍ରାନ୍ସମିସନ୍ ବିକଳ୍ପରେ ଉପଲବ୍ଧ ହୋଇଛି। ଏଥିରେ ଡୁଆଲ୍ ଫ୍ରଣ୍ଟ୍ ଏୟାରବ୍ୟାଗ୍, ଡୁଆଲ୍ ଟୋନ୍ ବାହ୍ୟ ପାର୍ଶ୍ବ ରଙ୍ଗ, କଳା ରଙ୍ଗର ରୁଫ୍, ସାମ୍ନାରେ ଡ୍ରାଇଭରଙ୍କ ପାର୍ଶ୍ବରେ ପାଇରୋଟେକ୍ ଓ ପ୍ରିଟେନ୍‌ସେନର୍‌ ଭଳି ସୁବିଧା ରହିଛି। ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୪.୦୬ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର