ରେନୋର ନୂଆ କ୍ବିଡ୍ ମାଇଁ ୨୨

ଭୁବନେଶ୍ବର: ନୟାପଲ୍ଲୀ ସ୍ଥିତ ରେନୋ ଭୁବନେଶ୍ବର ସୋ’ରୁମ୍‌ରେ ଆଜି ନୂଆ କ୍ବିଡ୍‌ ମାଇଁ୨୨କୁ ଉନ୍ମୋଚନ କରାଯାଇଛି ଯାହାର ଏକ୍ସ ସୋ’ରୁମ୍ ଦାମ୍ ୪.୪୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ସନି ମହାପାତ୍ର, ଗର୍ଗସନ୍‌ ଗ୍ରୁପ୍‌ର ନିର୍ଦେଶକ ସିଦ୍ଧାର୍ଥ ଗର୍ଗ ଓ ବିକ୍ରି ମୁଖ୍ୟ ଅମୂଲ୍ୟ ରତ୍ନ ଦାସ ନୂଆ କ୍ବିଡ୍‌ ମାଇଁ୨୨କୁ ଲୋକାର୍ପିତ କରିଛନ୍ତି। ଏହି ମଡେଲ୍‌ର ପ୍ରଥମ ଗ୍ରାହକ ରିତାଞ୍ଜଳି ସାହୁ ମଧ୍ୟ ଉପସ୍ଥିତ ଥିଲେ। ନୂଆ ଆର୍‌ଏକ୍ସଏଲ୍‌ (ଓ) ଭାରିଆଣ୍ଟ୍‌ରେ ଉଭୟ ୧.୦ ଏମ୍‌ଟି ଓ ୦.୮ ଲିଟର ବିକଳ୍ପରେ ଉପଲବ୍ଧ ହୋଇଥିବା ଏହି କାର୍ ଆକର୍ଷଣୀୟ ରଙ୍ଗରେ ମଧ୍ୟ ଉପଲବ୍ଧ ହୋଇଛି। ଏଥିରେ ଡୁଆଲ୍‌ ସାମ୍ନା ଏୟାରବ୍ୟାଗ୍, ଏବିଏସ୍ ସହ ଇବିଡି, ସିଟ୍‌ ବେଲ୍‌ଟ ରିମାଇଣ୍ଡର, ଅତ୍ୟଧିକ ବେଗ‌ ସତର୍କତା ସୁବିଧା, ପଛ ପାର୍କିଂ ସେନ୍‌ସର ଭଳି ନିରାପତ୍ତା ବୈଶିଷ୍ଟ୍ୟ ରହିଛି। ଏହା ବ୍ୟତୀତ ଏଥିରେ ୮ ଇଞ୍ଚ୍‌ର ଟଚ୍‌ସ୍କ୍ରିନ୍ ମିଡିଆଏନ୍‌ଏଭି ଇଭଲ୍ୟୁସନ ଓ ସିଲ୍‌ଭର ଷ୍ଟ୍ରିକ୍ ଏଲ୍‌ଇଡି ଡିଆର୍‌ଏଲ୍‌ ରହିଛି। ଏହାର ରକ୍ଷଣାବେକ୍ଷଣ ଖର୍ଚ କିଲୋମିଟର ପିଛା ମାତ୍ର ୩୬ ପଇସା ରହିଛି। ଲିଟର ପିଛା ଏହା ୨୨.୨୫ କିଲୋମିଟରର ଶ୍ରେଷ୍ଠ ମାଇଲେଜ୍ ପ୍ରଦାନ କରୁଛି। ଗ୍ରାହକମାନେ ନୂଆ କ୍ବିଡ୍ ମାଇଁ୨୨ରେ ୨ ବର୍ଷ/୫୦,୦୦୦ କିମିର ବ୍ୟାପକ ନିର୍ମାତା ୱାରେଣ୍ଟି ପାଇପାରିବେ।

ସମ୍ବନ୍ଧିତ ଖବର