ରେନଲ୍ଟ ଭୁବନେଶ୍ୱରରେ ନୂଆ ‘କ୍ୟାପ୍‌ଚର’

ଭୁବନେଶ୍ୱର: ନୟାପଲ୍ଲୀ ସ୍ଥିତ ରେନଲ୍ଟ ଭୁବନେଶ୍ୱରରେ ଆଜି ରେନଲ୍ଟର ନୂଆ ଏସ୍‌ୟୁଭି କ୍ୟାପ୍‌ଚରର ଅନାବରଣ ହୋଇଛି। ଗାର୍ଗସନ ଗ୍ରୁପ୍‌ର ପରିଚାଳନା ନିର୍ଦେଶକ ସତୀଶ ଗର୍ଗ ଏହି ନୂଆ ଏସ୍‌ୟୁଭିର ଉନ୍ମୋଚନ କରିଛନ୍ତି।

ଏହି କାର୍‌ଟି ଉଭୟ ପେଟ୍ରୋଲ ଏବଂ ଡିଜେଲ ଭର୍ସନରେ ଉପଲବ୍ଧ ହୋଇଛି। ପେଟ୍ରୋଲରେ ୩ଟି ଏବଂ ଡିଜେଲରେ ୪ଟି ଭାରିଆଣ୍ଟ ରହିଛି। ପେଟ୍ରୋଲ ଭାରିଆଣ୍ଟ ଗୁଡ଼ିକର ଏକ୍ସସୋ’ରୁମ୍‌ ମୂଲ୍ୟ ୯ ଲକ୍ଷ ୯୯ ହଜାର ୯୯୯ ଟଙ୍କାରୁ ଆରମ୍ଭ ହୋଇ ୧୧ ଲକ୍ଷ ୯୨ ହଜାର ୨୯୯ ଟଙ୍କା ପର୍ଯ୍ୟନ୍ତ ରହିଥିବାବେଳେ ଡିଜେଲ ଭାରିଆଣ୍ଟ ଗୁଡ଼ିକର ଏକ୍ସସୋ’ରୁମ୍‌ ମୂଲ୍ୟ ୧୧ ଲକ୍ଷ ୩୯ ହଜାର ୯୯୯ ଟଙ୍କାରୁ ଆରମ୍ଭ ହୋଇ ୧୪ ଲକ୍ଷ ୧୧ ହଜାର ୨୯୯ ଟଙ୍କା ମଧ୍ୟରେ ରହିଛି। ପାଞ୍ଚଟି ଆକର୍ଷଣୀୟ ରଙ୍ଗ ଯଥା କାୟେନି ଅରେଞ୍ଜ, ମହୋଗାନି ବ୍ରାଉନ୍‌, ପର୍ଲ ହ୍ଵାଇଟ୍‌, ପ୍ଲାନେଟ୍‌ ଗ୍ରେ ଏବଂ ମୁନ୍‌ଲାଇଟ୍‌ ସିଲ୍‌ଭରରେର ଏହା ଉପଲବ୍ଧ ହେବ। ଗ୍ରାହକଙ୍କ ପାଇଁ ଏହି କାରରେ ଅନେକ ଅତ୍ୟାଧୁନିକ ବୈଶିଷ୍ଟ୍ୟ ରହିଛି। କାରର୍‌ ଅନ୍‌ଲାଇନ୍‌ ବୁକିଂ ଆରମ୍ଭ ହୋଇଯାଇଛି। ଚଳିତମାସରେ ଗ୍ରାହକମାନେ ଏହାକୁ ରାସ୍ତାରେ ଚଳାଇବା ସୁଯୋଗ ପାଇବେ ବୋଲି ସୋରୁମ୍‌ ପକ୍ଷରୁ କୁହାଯାଇଛି। ନୂଆ ଏସ୍‌ୟୁଭି ଉନ୍ମୋଚନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରେନଲ୍ଟ ଭୁବନେଶ୍ୱରର ଉପସଭାପତି ରଂଜନ କୁମାର ମହାପାତ୍ର, ଡିଜିଏମ୍‌(ବିକ୍ରି) ଅମୂଲ୍ୟ ରତ୍ନ ଦାସ ଓ ଏଜିଏମ୍‌ (ବିକ୍ରି) ପ୍ରତାପ ଚନ୍ଦ୍ର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର