ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ବୈଠକ ଆସନ୍ତା ୪ ତାରିଖରୁ ଆରମ୍ଭ ହେବ। ୬ ତାରିଖରେ କମିଟି ଗ୍ରହଣ କରିଥିବା ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବ। ତେବେ ଆସନ୍ତା ବୈଠକରେ କମିଟି ରେପୋ ହାରକୁ ହ୍ରାସ କରି ନପାରେ ବୋଲି ଷ୍ଟେଟ ବ୍ୟାଙ୍କର ଇକୋରାପ୍ ରିପୋର୍ଟରେ କୁହାଯାଇଛି। ରେପୋ ହାରରେ ପରିବର୍ତ୍ତନ ଆଣିବା ପରିବର୍ତ୍ତେ କମିଟି ଅନ୍ୟ କୌଣସି ଅଣପାରମ୍ପରିକ ପନ୍ଥା ଆପଣାଇପାରେ। ଚଳିତବର୍ଷ ଫେବ୍ରୁଆରି ଆରମ୍ଭରୁ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୧୧୫ ବେସିସ୍ ପଏଣ୍ଟ ହ୍ରାସ କରିସାରିଛି। ତେଣୁ ରିଜର୍ଭ ବ୍ୟାଙ୍କ ନିକଟ ଭବିଷ୍ୟତରେ ରେପୋ ହାରରେ ଆଉ କମାଇବା ସମ୍ଭାବନା ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ରେପୋ ହାର ସ୍ଥିର ରହିପାରେ
/sambad/media/post_attachments/wp-content/uploads/2020/03/reserve-bank.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)