ମୁମ୍ବାଇ,: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ଚଳିତ ଆର୍ଥିକବର୍ଷର ଚତୁର୍ଥ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ପ୍ରକାଶ କରାଯାଇଛି। ମୁଦ୍ରାନୀତି କମିଟିର ୨ ଦିନିଆ ବୈଠକରେ ରେପୋ ରେଟ୍କୁ ଅପରିବର୍ତ୍ତିତ ରଖାଯାଇଛି। ମୁଦ୍ରାନୀତି କମିଟିର ୫ ଜଣ ସଦସ୍ୟ ରେପୋ ରେଟ୍କୁ ଅପରିବର୍ତ୍ତିତ ରଖିବା ଲାଗି ମତ ଦେଇଥିବାବେଳେ ଜଣେ ସଦସ୍ୟ ଏହାକୁ ୦.୨୫ ପ୍ରତିଶତ ହ୍ରାସ କରିବା ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଫଳରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟ୍କୁ ପୂର୍ବପରି ୬ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି। ପଶ୍ଚାଦଗାମୀ ରେପୋ ରେଟ୍କୁ ମଧ୍ୟ ୫.୭୫ ପ୍ରତିଶତରେ ସ୍ଥିର ରଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ ରେପୋ ରେଟ୍ ହେଉଛି ସେହି ହାର ଯେଉଁ ହାରରେ ରିଜର୍ଭ ବ୍ୟାଙ୍କ ଦେଶର ବାଣିଜ୍ୟିକ ବ୍ୟାଙ୍କ ଗୁଡ଼ିକୁ ଋଣ ପ୍ରଦାନ କରିଥାଏ।
ଅନ୍ୟପକ୍ଷରେ ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ୬.୭ ପ୍ରତିଶତକୁ କମିଯିବ ବୋଲି ଆଜି ଆକଳନ କରିଛି। ପୂର୍ବରୁ ଗତ ଅଗଷ୍ଟରେ ରିଜର୍ଭ ବ୍ୟାଙ୍କ କରିଥିବା ଆକଳନରେ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ୭.୩ ପ୍ରତିଶତରେ ରହିବ ବୋଲି କହିଥିଲା।
ତେବେ ରିଜର୍ଭ ବ୍ୟାଙ୍କ ଏସ୍ଏଲ୍ଆର୍ (ନଗଦ ବୈଧାନିକ ଅନୁପାତ)ରେ ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛି। ପୂର୍ବରୁ ଏସ୍ଏଲ୍ଆର୍ ୨୦ ପ୍ରତିଶତ ଥିବାବେଳେ ଏବେ ଏହା ୧୯.୫୦ ପ୍ରତିଶତକୁ ଖସିଆସିଛି। ଏସ୍ଏଲ୍ଆର୍ ହ୍ରାସ ଫଳରେ ଋଣ ଦେବା ପାଇଁ ବ୍ୟାଙ୍କ ଗୁଡ଼ିକ ନିକଟରେ ଅଧିକ ୫୭ ହଜାର କେlଟି ଟଙ୍କାର ଅର୍ଥ ଉପଲବ୍ଧ ହେବ ବୋଲି ଆକଳନ କରାଯାଉଛି।
ରେପୋ ରେଟ୍ ଅପରିବର୍ତ୍ତିତ
ଅଭିବୃଦ୍ଧି ଆକଳନ ୬.୭%କୁ କମାଇଲା:ଏସ୍ଏଲ୍ଆର୍ରେ ୦.୫ ପ୍ରତିଶତ ହ୍ରାସ
/sambad/media/post_attachments/wp-content/uploads/2017/10/repo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)