ଅକ୍ଟୋବର ୩୦ରେ ପଞ୍ଚଦଶ ଅର୍ଥ ଆୟୋଗଙ୍କ ରିପୋର୍ଟ

ନୂଆଦିଲ୍ଲୀ : କୋଭିଡ୍-୧୯ ମହାମାରୀର ପ୍ରଭାବ ଜାରି ରହିଥିବାରୁ ପଞ୍ଚଦଶ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳ ଆଉ ଥରେ ବୃଦ୍ଧି ପାଇବ ବୋଲି ହେଉଥିବା ଚର୍ଚ୍ଚାକୁ ଆୟୋଗର ଅଧ୍ୟକ୍ଷ ଏନ୍‌ କେ ସିଂହ ଖଣ୍ଡନ କରିଛନ୍ତି। ରାଜସ୍ବକୁ କେଉଁ ପଦ୍ଧତିରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ଭାଗବଣ୍ଟା କରାଯିବ ତାହା ଜଣାଇବା ହେଉଛି ଅର୍ଥ ଆୟୋଗଙ୍କ ଦାୟିତ୍ବ। କରୋନା ସଙ୍କଟ ଦେଖାଦେବା ପରେ ଅର୍ଥନୀତି ଓ ଆର୍ଥିକ ସ୍ଥିତିର ସଠିକ୍ ଆକଳନ କରିବା କଷ୍ଟକର ହୋଇପଡ଼ିଛି। ତେଣୁ ଅ‌ାୟୋଗଙ୍କ କାର୍ଯ୍ୟକାଳ ପୁଣି ଥରେ ବଢ଼ିବ ବୋଲି ଚର୍ଚ୍ଚା ହେଉଥିଲା। ଏ ସମ୍ପର୍କରେ ଶ୍ରୀ ସିଂହ କହିଛନ୍ତି, କାର୍ଯ୍ୟକାଳ ବୃଦ୍ଧି କରାଇବାର ଆମର କୌଣସି ଯୋଜନା ନାହିଁ। ଆମେ ଅକ୍ଟୋବର ୩୦ରେ ରିପୋର୍ଟ ଦାଖଲ କରିବୁ। ଆୟୋଗଙ୍କ କାର୍ଯ୍ୟକାଳ ପୂର୍ବରୁ ଗୋଟିଏ ଥର ବଢ଼ିସାରିଛି।

ସମ୍ବନ୍ଧିତ ଖବର