ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୩-୨୪ ଆର୍ଥିକ ବର୍ଷରେ ହେବାକୁ ଥିବା ମୁଦ୍ରାନୀତି କମିଟି ବୈଠକର ତାରିଖ ଆଜି ଘୋଷଣା କରିଛି। ପ୍ରତି ୨ ମାସରେ ଥରେ ମୁଦ୍ରା ନୀତି କମିଟିର ବୈଠକ ହେଉଛି। ତେଣୁ ବର୍ଷକୁ ୬ ଥର ଉକ୍ତ ବୈଠକ ହେବ। ଯୋଜନା ମୁତାବକ ପ୍ରଥମ ବୈଠକ ଏପ୍ରିଲ ୩ରୁ ୬ ତାରିଖ ପର୍ଯ୍ୟନ୍ତ, ଦ୍ବିତୀୟ ବୈଠକ ଜୁନ ୬ରୁ ୮ ତାରିଖ, ତୃତୀୟ ବୈଠକ ଅଗଷ୍ଟ ୮ରୁ ୧୦, ଚତୁର୍ଥ ବୈଠକ ଅକ୍ଟୋବର ୪ରୁ ୬, ପଞ୍ଚମ ବୈଠକ ଡିସେମ୍ବର ୬ରୁ ୮ ଏବଂ ଷଷ୍ଠ ବୈଠକ ୨୦୨୪ ଫେବ୍ରୁଆରି ୬ରୁ ୮ ତାରିଖ ପର୍ଯ୍ୟନ୍ତ ହେବ।
ମୁଦ୍ରା ନୀତି ବୈଠକ ତାରିଖ ଘୋଷଣା କଲା ରିଜର୍ଭ ବ୍ୟାଙ୍କ
/sambad/media/post_attachments/wp-content/uploads/2022/08/no-rift-with-reserve-bank-of-india-say-senior-government-officials-2.jpg)