ମୁମ୍ବାଇ: ଲୋକମାନଙ୍କୁ ଆର୍ଥିକ ସାକ୍ଷର ଓ ସଚେତନ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ପୂର୍ବରୁ କ୍ରୀଡ଼ା ତାରକାଙ୍କ ଜରିଆରେ ରିଜର୍ଭ ବ୍ୟାଙ୍କ ଗୁରୁତ୍ବପୂର୍ଣ୍ଣ ବାର୍ତା ପ୍ରଚାର କରୁଥିଲା। ଏବେ ଅମିତାଭ ଲୋକମାନଙ୍କୁ ଆର୍ଥିକ ସ୍ତରରେ ସଚେତନ କରାଇବେ। ଠକାମିର ଶିକାର ହେବାରୁ କିଭଳି ବଞ୍ଚି ହେବ ତାହା ଜଣାଇବେ। କାରବାର କରିବା ସମୟରେ କେଉଁ ବିଷୟ ପ୍ରତି ଧ୍ୟାନ ଦେବା ଦରକାର ସେ ବିଷୟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିୟମିତ ବ୍ୟବଧାନରେ ଲୋକମାନଙ୍କୁ ସେଚେତନ କରାଯାଉଛି। ରିଜର୍ଭ ବ୍ୟାଙ୍କର ଟ୍ବିଟର୍ରେ ନିଜସ୍ବ ହାଣ୍ଡେଲ୍ ଥିବା ବେଳେ ଲୋକମାନଙ୍କୁ ସଚେତନ କରିବା ଲାଗି ‘ଆର୍ବିଆଇ ସେଜ୍’ ନାମରେ ଆଉ ଏକ ହାଣ୍ଡେଲ୍ ରହିଛି। ସେଥିରେ ଅମିତାଭ ଏକ ବାର୍ତା ପ୍ରଚାର କରିଛନ୍ତି। ସେ ଲେଖିଛନ୍ତି ସଚେତନ ହେବା ପାଇଁ ପଇସାଟିଏ ପଡ଼ିନପାରେ, ମାତ୍ର ଅଜଣା ରହିଲେ ତୁମକୁ କଷ୍ଟୋପାର୍ଜିତ ମୂଲ୍ୟ ହରାଇବାକୁ ପଡ଼ିପାରେ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଇଂରାଜି, ହିନ୍ଦୀ ଓ ବିଭିନ୍ନ ଆଞ୍ଚଳିକ ଭାଷାରେ ଲୋକମାନଙ୍କୁ ବର୍ଷେରୁ ଅଧିକ ସମୟ ଧରି ବିଭିନ୍ନ ବିଷୟରେ ସଚେତନ କରାଯାଉଛି। ଚଳିତ ବର୍ଷ ଏପ୍ରିଲ୍ରେ ଫେସବୁକ୍ରେ ମଧ୍ୟ ରିଜର୍ଭ ବ୍ୟାଙ୍କ ଏହାର ପ୍ରଚାର ଆରମ୍ଭ କରିଛି। କରୋନା ମହାମାରୀ ସମୟରେ ବ୍ୟାଙ୍କ ଶାଖାକୁ ନଯିବା ଲାଗି ଏହା ଜରିଆରେ ଲୋକମାନଙ୍କୁ ସଚେତନ କରାଯାଇଥିଲା।
ରିଜର୍ଭ ବ୍ୟାଙ୍କର ସଚେତନତା ବାର୍ତା ବାଣ୍ଟିବେ ଅମିତାଭ
/sambad/media/post_attachments/wp-content/uploads/2019/05/Reserve-bank-of-India-770x433.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)