ଅର୍ଥନୀତିକୁ ସୁରକ୍ଷା ଦେବାକୁ ରିଜର୍ଭ ବ୍ୟାଙ୍କ ବଡ଼ ପଦକ୍ଷେପ ନେଇଛି: ମୋଦୀ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି କରୋନା ମୁକାବିଲା ପାଇଁ ରେପୋ ହାର ହ୍ରାସ ସହିତ ଅନ୍ୟାନ୍ୟ ପଦେକ୍ଷପ ଘୋଷଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଗତ କରିଛନ୍ତି। କରୋନା ପ୍ରଭାବରୁ ଅର୍ଥନୀତିକୁ ସୁରକ୍ଷା ଦେବା ପାଇଁ ରିଜର୍ଭ ବ୍ୟାଙ୍କ ବଡ଼ ପଦକ୍ଷେପ ନେଇଛି ବୋଲି ମୋଦୀ କହିଛନ୍ତି। ରିଜର୍ଭ ବ୍ୟାଙ୍କର ଘୋଷଣା ଦ୍ବାରା ଅର୍ଥନୀତିରେ ନଗଦ ଅର୍ଥ ସ୍ଥିତିରେ ଉନ୍ନତି ଆସିବ, ଋଣ ବାବଦ ସୁଧ କମିବ। ଏହାଦ୍ବାରା ମଧ୍ୟବିତ୍ତ ଆୟବର୍ଗର ଲୋକ ଏବଂ ବ୍ୟବସାୟୀମାନେ ଉପକୃତ ହେବେ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଟ୍ବିଟ୍ ବାର୍ତ୍ତାରେ କହିଛନ୍ତି।

ସମ୍ବନ୍ଧିତ ଖବର