୪ ଦୁର୍ବଳ ବ୍ୟାଙ୍କକୁ ମିଳିପା‌ରେ ଋଣ ଦେବା ଅନୁମତି

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ପକ୍ଷରୁ ୧୧ଟି ସରକାରୀ ବ୍ୟାଙ୍କ ବିରୋଧରେ ଲାଗୁ ହୋଇଥିବା ପ୍ରମ୍ପଟ କରେକ୍ଟିଭ ଆକ୍ସନ(ପିସିଏ)ରୁ ଚଳିତ ଆର୍ଥିକ ‌ବର୍ଷରେ ୩ରୁ ୪ଟି ପର୍ଯ୍ୟନ୍ତ ବ୍ୟାଙ୍କ ମୁକୁଳିବାର ଆଶା ରହିଛି। ପିସିଏ ପାଇଁ ରଖାଯାଇଥିବା ନିୟମାବଳୀକୁ ଆଗାମୀ ଦିନରେ କୋହଳ କରିବା ସହିତ ବ୍ୟାଙ୍କଗୁଡ଼ିକର ନିଟ୍ ଲାଭରେ ଉନ୍ନତି ଆସୁଥିବାରୁ ଅର୍ଥ ମନ୍ତ୍ରାଳୟ ଏହି ଆଶା ବ୍ୟକ୍ତ କରିଛି। ଗତ ସପ୍ତାହରେ ଅନୁଷ୍ଠିତ ରିଜର୍ଭ ବ୍ୟାଙ୍କର ‌କେନ୍ଦ୍ରୀୟ ବୋର୍ଡ ବୈଠକରେ ପିସିଏ କଟକଣାର ଅନୁଧ୍ୟାନ ବୋର୍ଡ ଫର ଫାଇନାନ୍ସିଆଲ ସର୍ଭିସେସ (ବିଏଫଏସ) ଦ୍ବାରା କରାଯିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ଏଭଳି ଆଶା ଦେଖାଦେଇଛି।ମୁଖ୍ୟତଃ ବ୍ୟାଙ୍କ ଗୁଡ଼ିକର ୩ଟି ମାନଦଣ୍ଡକୁ ବିଚାରକୁ ନେଇ ରିଜର୍ଭ ବ୍ୟାଙ୍କ ପିସିଏ କଟକଣା ଲାଗୁ କରିଥାଏ।

ସମ୍ବନ୍ଧିତ ଖବର