ନୂଆଦିଲ୍ଲୀ; ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ତଥା ଓଡ଼ିଆ ଅଧିକାରୀ ବିଭୂ ପ୍ରସାଦ କାନୁନ୍ଗୋଙ୍କ କାର୍ଯ୍ୟକାଳ ବର୍ଷେ ବୃଦ୍ଧି କରାଯାଇଛି। ଆସନ୍ତା ୨ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଥିବାବେଳେ ତାଙ୍କୁ ଏପ୍ରିଲ ୩ ତାରିଖରୁ ଅଧିକ ବର୍ଷେ ପାଇଁ ନିଯୁକ୍ତି ଦିଆଯାଇଛି। କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଶ୍ରୀ କାନୁନ୍ଗୋଙ୍କ ପୁନଃନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିଛି। ଉତ୍କଳ ବିଶ୍ବବିଦ୍ୟାଳୟରୁ ଏମଏ ଏଲ୍ଏଲ୍ବି ଡିଗ୍ରି ହାସଲ କରିଥିବା ଶ୍ରୀ କାନୁନ୍ଗୋ ୨୦୧୭ ଏପ୍ରିଲରେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିଲେ। ତାହା ପୂର୍ବରୁ ସେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିଲେ। ୧୯୮୨ ସେପ୍ଟେମ୍ବରରେ ରିଜର୍ଭ ବ୍ୟାଙ୍କରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଶ୍ରୀ କାନୁନ୍ଗୋ ଏବେ ରିଜର୍ଭ ବ୍ୟାଙ୍କର ମୁଦ୍ରା ପରିଚାଳନା, ପେମେଣ୍ଟସ ଆଣ୍ଡ ସେଟେଲମେଣ୍ଟ, ବୈଦେଶିକ ମୁଦ୍ରା, ଆଭ୍ୟନ୍ତରୀଣ ଋଣ ପରିଚାଳନା ଆଦି ବିଭାଗ ସମ୍ଭାଳୁଛନ୍ତି।। ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ରିଜର୍ଭ ବ୍ୟାଙ୍କରେ ୩ ଜଣ ଓଡ଼ିଆ ଏବେ ପ୍ରମୁଖ ପଦବିରେ ଅଛନ୍ତି। ଗଭର୍ଣ୍ଣର ପଦରେ ଓଡ଼ିଆ ଅଧିକାରୀ ଶକ୍ତିକାନ୍ତ ଦାସ ଥିବାବେଳେ ଶ୍ରୀ କାନୁନଗୋଙ୍କ ବ୍ୟତୀତ ମାଇକେଲ ପାତ୍ର ଡେପୁଟି ଗଭର୍ଣ୍ଣର ଅଛନ୍ତି।
ରିଜର୍ଭ ବ୍ୟାଙ୍କ ଡେପୁଟି ଗଭର୍ଣ୍ଣର ବିଭୂ ପ୍ରସାଦ କାନୁନ୍ଗୋଙ୍କ କାର୍ଯ୍ୟକାଳ ବଢ଼ିଲା
/sambad/media/post_attachments/wp-content/uploads/2020/04/f654hf98sdh78sf9h7sfhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)