ରିଜର୍ଭ ବ୍ୟାଙ୍କର ଆର୍ଥିକ ବର୍ଷକୁ ନେଇ ଗୁଜବ

ନୂଆଦିଲ୍ଲୀ: କରୋନା ଭୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ଆର୍ଥିକ ବର୍ଷକୁ ବଦଳାଇ ଦେଇଥିବା ନେଇ ଯେଉଁ ପ୍ରଚାର ହେଉଛି ତାହା ଗୁଜବ ବୋଲି ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ କୁହାଯାଇଛି। ରିଜର୍ଭ ବ୍ୟାଙ୍କର ଆର୍ଥିକ ବର୍ଷ ଜୁଲାଇରୁ ଜୁନ୍ ପର୍ଯ୍ୟନ୍ତ ଥିଲା। ୨୦୨୦-୨୧ରୁ ତାହା ବଳିଯିବ। ରିଜର୍ଭ ବ୍ୟାଙ୍କର ନୂଆ ଆର୍ଥିକ ବର୍ଷ ସରକାରଙ୍କ ଆର୍ଥିକ ବର୍ଷ ଅନୁଯାୟୀ ଏପ୍ରିଲ୍‌ରୁ ଆରମ୍ଭ ହୋଇ ମାର୍ଚ୍ଚରେ ଶେଷ ହେବ। ଏହା ଏକ ପୁରୁଣା ସୁପାରିସ୍। କରୋନା ସହିତ ଏହାର କୌଣସି ସମ୍ପର୍କ ନାହିଁ। ଏନେଇ ଯେଉଁ ଗୁଜବ ଓ ଭ୍ରମାତ୍ମକ ତଥ୍ୟ ପ୍ରଚାର ହେଉଛି ‌ସେଥିରେ ବିଶ୍ବାସ ନକରିବାକୁ ପିଆଇବି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର