ଦୁଇ ଦିନ ଛୁଟିରେ ଯିବେ ରିଜର୍ଭ ବ୍ୟାଙ୍କ କର୍ମଚାରୀ

ଭୁବନେଶ୍ୱର: ସେପ୍ଟେମ୍ବର ୪ ଓ ୫ରେ ଭାରତୀୟ ରିଜର୍ଭ ବ୍ୟାଙ୍କର କର୍ମଚାରୀମାନେ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ପେନ୍‌ସନ୍‌ ଦାବି ପୂରଣ ହେଉନଥିବାରୁ ସେମାନେ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ରିଜର୍ଭ ବ୍ୟାଙ୍କ କର୍ମଚାରୀ ସଂଘର ସମ୍ପାଦକ ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ବେହେରା, ଆର୍‌ବିଡବ୍‌ଲ୍ୟୁୟୁର ସନ୍ତୋଷ କୁମାର ଦିଗାଲ, ଏଆଇଆର୍‌ବିଓଏର ସୁଶାନ୍ତ ମୋହନ ମିଶ୍ର ଓ ଆର୍‌ବିଆଇଓଏର ଆଲୋକ ରଞ୍ଜନ ରଣାରାହୁ ଏସବୁ ଦାବି ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର