ଭୁବନେଶ୍ବର: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ଗଣମାଧ୍ୟମ ସହ ସେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ବିଷୟରେ ଆଲୋଚନା କରି କହିଛନ୍ତି ଯେ ବିଶ୍ବର ଅନେକ ଦେଶରେ କ୍ୟୁଆର୍ କୋଡ୍ କିମ୍ବା ଫାଷ୍ଟ୍ ପେମେଣ୍ଟ୍ ଜରିଆରେ ଏହି ସେବା ଉପଲବ୍ଧ ହୋଇଛି। ଆହୁରି ଅଧିକରୁ ଅଧିକ ଦେଶରେ ୟୁପିଆଇକୁ ପହଞ୍ଚାଇବା ଲାଗି ବିଭିନ୍ନ ଦେଶ ସହ କଥାବାର୍ତ୍ତା ଚାଲିଛି।
ଆନ୍ତର୍ଜାତିକ ସ୍ତରରେ ୟୁପିଆଇକୁ ବ୍ୟାପକ କରିବା ଲାଗି ଉଦ୍ୟମ ହେଉଛି ବୋଲି ସେ କହିଛନ୍ତି। ଆସନ୍ତାକାଲି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ସ ଅଫ୍ ଇଣ୍ଡିଆ (ଆଇସିଏଆଇ) ଭୁବନେଶ୍ବର ଚାପ୍ଟର ପକ୍ଷରୁ ଆୟୋଜନ କରାଯାଉଥିବା ଜାତୀୟ ସିଏ ସମ୍ମିଳନୀ ୨୦୨୪ରେ ଅତିଥି ଭାବେ ଶକ୍ତିକାନ୍ତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।