ନୂଆଦିଲ୍ଲୀ: ନୋଟକୁ ଦୃଷ୍ଟିହୀନମାନେ ଯେଭଳି ସହଜରେ ଚିହ୍ନଟ କରିପାରିବେ ସେଥିପାଇଁ ରିଜର୍ଭ ବ୍ୟାଙ୍କ ଯୋଜନା ଚଳାଇଛି। ପ୍ରଯୁକ୍ତି ଯଥା ମୋବାଇଲ ଫୋନର ଉପଯୋଗ କରି ନୋଟ୍ ଚିହ୍ନଟ ସୁବିଧା ଦୃଷ୍ଟିହୀନମାନଙ୍କୁ ପ୍ରଦାନ କରିବାର ବ୍ୟବସ୍ଥା କରାଯାଉଛି। ବର୍ତ୍ତମାନ ୧୦୦ ଟଙ୍କିଆ ଏବଂ ତଦୂର୍ଦ୍ଧ୍ବ ମୂଲ୍ୟର ନୋଟକୁ ଦୃଷ୍ଟିହୀନମାନେ ଯେପରି ସହଜରେ ଚିହ୍ନି ପାରିବେ ସେଥିପାଇଁ ଇଣ୍ଟାଲଗିଓ ପ୍ରିଣ୍ଟିଂ ନାମକ ଏକ ବୈଶିଷ୍ଟ୍ୟ ଟଙ୍କାରେ ରହିଛି। ଅର୍ଥାତ୍ ନୋଟରେ ହାତକୁ ଜଣା ପଡ଼ିବା ଭଳି କେତୋଟି ଚିହ୍ନ ଓ ଗାର ରହିଥାଏ। ଯାହାକୁ ହାତ ମାରି ଦୃଷ୍ଟିହୀନମାନେ ନୋଟ୍ଟି କେତେ ମୂଲ୍ୟର ତାହା ଜାଣିପାରୁଛନ୍ତି।
ରିଜର୍ଭ ବ୍ୟାଙ୍କର ନୂଆ ପଦକ୍ଷେପ କାର୍ଯ୍ୟକାରୀ ହେଲେ ନୋଟ ଚିହ୍ନଟ କରିବାରେ ଦୃଷ୍ଟିହୀନମାନଙ୍କୁ ସହଜ ହେବ। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ମୁଦ୍ରା ଚିହ୍ନଟ କରିବା ଲାଗି ଉପକରଣ/ବ୍ୟବସ୍ଥାର ବିକାଶ କରିବା ଲାଗି କମ୍ପାନିଙ୍କଠାରୁ ଆଗ୍ରହପତ୍ର ଆହ୍ବାନ କରାଯାଇଛି। ଏହି ଉପକରଣ/ବ୍ୟବସ୍ଥାଟି ହାତରେ ଧରିଥିବା ଉପକରଣ ମାଧ୍ୟମରେ ଚିହ୍ନଟ ହେବ। ନୋଟକୁ ହାତରେ ଧରିଥିବା ଉପକରଣ ନିକଟରେ/ସାମ୍ନାରେ/ଭିତରେ ରଖିବା କିମ୍ବା ତଳ ଉପର କରିବା ଦ୍ବାରା ଦୃଷ୍ଟିହୀନମାନେ ଖୁବ୍ କମ୍ ସମୟ (ପ୍ରାୟତଃ ୨ ସେକେଣ୍ଡ ମଧ୍ୟରେ) ନୋଟକୁ ଚିହ୍ନଟ କରିପାରିବେ। ନୋଟର ମୂଲ୍ୟ କେତେ ତାହା ହିନ୍ଦୀ ଓ ଇଂରାଜୀ ଭାଷାରେ ଉପକରଣଟି ପଢ଼ିଦେବ ବୋଲି ଟେଣ୍ଡର ଦସ୍ତାବିଜରୁ ଜଣାଯାଇଛି। ସଫ୍ଟଓୟାର ଭିତ୍ତିକ ନୋଟ୍ ଚିହ୍ନଟ ସମାଧାନ ମିଳିଲେ ସେହି ସଫ୍ଟଓୟାରଟି ମୋବାଇଲ ଫୋନରେ କିମ୍ବା ହାର୍ଡଡ୍ରାଇଭରେ କିମ୍ବା ଉଭୟରେ ଚାଲିପାରୁଥିବା ଆବଶ୍ୟକ। ଏପରିକି ଏଥିପାଇଁ ଡିଭାଇସରେ କୌଣସି ଡାଟା ସଂଯୋଗର ଆବଶ୍ୟକତା ରହିବ ନାହିଁ। ଅର୍ଥାତ ବିନା ଡାଟା ସଂଯୋଗରେ ଉକ୍ତ ବ୍ୟବସ୍ଥା ନୋଟ୍ ଚିହ୍ନଟ କରିପାରୁଥିବା ଆବଶ୍ୟକ। ହାର୍ଡଓୟାର ଭିତ୍ତିକ ସେବା ସୁବିଧା ହେଲେ ଉପକରଣଟି ବ୍ୟାଟେରି ଦ୍ବାରା ଚାଲୁଥିବା, ରିଚାର୍ଜ ହୋଇପାରୁଥିବା ଏକ ଛୋଟ ଓ ଧରିବା ପାଇଁ ସୁବିଧା ହୋଇଥିବା ଆବଶ୍ୟକ। ଏପରିକି ଏଥିପାଇଁ କୌଣସି ଅତିରିକ୍ତ ଆଲୋକ କିମ୍ବା ସୂର୍ଯ୍ୟାଲୋକର ଆବଶ୍ୟକତା ନଥିବା ଜରୁରୀ। ଦେଶରେ ଏବେ ପ୍ରାୟ ୮୦ ଲକ୍ଷ ଦୃଷ୍ଟିହୀନ ଅଛନ୍ତି ଯେଉଁମାନଙ୍କ ପାଇଁ ନୋଟ୍ ଚିହ୍ନିବା କ ଷ୍ଟକର ରହୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/no-rift-with-reserve-bank-of-india-say-senior-government-officials.jpg)