ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କର ଅର୍ଥନୈତିକ ପୁଞ୍ଜି ଫ୍ରେମ୍ୱର୍କ (ଇସିଏଫ୍)କୁ ନେଇ ଏକ ୬ ଜଣିଆ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଡକ୍ଟର ବିମଳ ଜାଲାନ ଏହାର ଅଧ୍ୟକ୍ଷ ଥିବା ବେଳେ ପୂର୍ବତନ ଡେପୁଟି ଗଭର୍ଣ୍ଣର ରାକେଶ ମୋହନଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏହା ବ୍ୟତୀତ କମିଟିରେ ଚାରି ଜଣ ସଦସ୍ୟ ମଧ୍ୟ ରହିଛନ୍ତି। ସେମାନେ ହେଉଛନ୍ତି ରିଜର୍ଭ ବ୍ୟାଙ୍କ କେନ୍ଦ୍ରୀୟ ବୋର୍ଡର ନିର୍ଦେଶକ ଭରତ ଦୋଷୀ, ସୁଧୀର ମଙ୍କଡ଼, ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଓ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଏନ୍ ଏସ୍ ବିଶ୍ବନାଥନ୍। ରିଜର୍ଭ ବ୍ୟାଙ୍କ ପାଖରେ ଯେଉଁ ୯ ଲକ୍ଷ କୋଟି ଟଙ୍କାରୁ ଅଧିକ ପାଣ୍ଠି ରହିଛି ତାହାର କିଭଳି ଭାଗବଣ୍ଟା କରାଯିବ ସେ ନେଇ ଏହି କମିଟି ସୁପାରିସ କରିବ। କମିଟି ଏହାର ରିପୋର୍ଟକୁ ପ୍ରଥମ ବୈଠକର ୯୦ ଦିନ ଭିତରେ ପ୍ରଦାନ କରିବ। ରିଜର୍ଭ ବ୍ୟାଙ୍କର ଏହି ପାଣ୍ଠି ଉପରେ ସରକାର ନଜର ପକାଇବା ଦିନ ଠାରୁ ଉଭୟ ପକ୍ଷ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଅତ୍ୟନ୍ତ ଜଟିଳ ପରିସ୍ଥିତି ସୃଷ୍ଟି ହେବାରୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଉର୍ଜିତ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ଶକ୍ତିକାନ୍ତ ଦାସଙ୍କୁ ନୂଆ ଗଭର୍ଣ୍ଣର ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା।
ରିଜର୍ଭ ବ୍ୟାଙ୍କ ପୁଞ୍ଜି ଭଣ୍ଡାର: ଗଠନ ହେଲା କମିଟି, ବିମଳ ଜାଲାନ ଅଧ୍ୟକ୍ଷ
/sambad/media/post_attachments/wp-content/uploads/2018/12/bimal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)