ମୁମ୍ବାଇ: ଦେଶରେ ଏବେ ନଗଦ ଅର୍ଥର ଅଭାବ ଦେଖାଦେଇଛି। ଏହି ଅଭାବକୁ ପୂରଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଆସନ୍ତା ନଭେମ୍ବରରେ ୪୦ ହଜାର କୋଟି ଟଙ୍କାର ନଗଦ ରାଶି ଅର୍ଥନୀତିରେ ପ୍ରବେଶ କରାଇବ। ଅକ୍ଟୋବରରେ ରିଜର୍ଭ ବ୍ୟାଙ୍କ ୩୬ ହଜାର କୋଟି ଟଙ୍କାର ନଗଦ ରାଶି ଛାଡ଼ି ସାରିଛି। ସରକାରୀ ସିକ୍ୟୁରିଟିଜ୍ କ୍ରୟ କରି ରିଜର୍ଭ ବ୍ୟାଙ୍କ ଏହି ନଗଦ ଅର୍ଥର ପ୍ରବାହ ଅର୍ଥନୀତିକୁ କରାଇବ। ଅର୍ଥନୀତିରେ ନଗଦ ଅର୍ଥର ଆବଶ୍ୟକତା ସମ୍ପର୍କରେ ଆକଳନ କରିବା ପରେ ରିଜର୍ଭ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛି। ଏବେ ପାର୍ବଣ ଋତୁ ଚାଲିଥିବାରୁ ଦେଶରେ ଲୋକମାନେ ଅଧିକ କିଣାକିଣି କରୁଛନ୍ତି। ଫଳରେ ନଗଦ ଚାହିଦା ବଢ଼ିଯାଇଛି।
ଅର୍ଥନୀତିକୁ ୪୦ ହଜାର କୋଟି ନଗଦ ଛାଡ଼ିବ ରିଜର୍ଭ ବ୍ୟାଙ୍କ
/sambad/media/post_attachments/wp-content/uploads/2018/09/no-rift-with-reserve-bank-of-india-say-senior-government-officials-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)