ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କା ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି। ଆଜି କାବରାର ବେଳେ ଡଲାର ମୂଲ୍ୟ ୬୮ ଟଙ୍କା ୧୪ ପଇସା ଭଳି ଉଚ୍ଚ ସ୍ତରରେ ପହଞ୍ଚିଯାଇଛି। ଏହାର ଅର୍ଥ ହେଉଛି ଗୋଟିଏ ଡଲାର କିଣିବାକୁ ହେଲେ ଭାରତୀୟ ମୁଦ୍ରାରେ ୬୮ ଟଙ୍କା ୧୪ ପଇସା ଗଣିବାକୁ ପଡୁଥିଲା। ଡଲାର ମହଙ୍ଗା ହୋଇଯିବା ଦ୍ୱାରା ଭାରତର ଆମଦାନି ମହଙ୍ଗା ହୋଇଯାଉଛି। ଏହା ଦେଶର ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିବାର ଆଶଙ୍କା ରହିଛି। ଟଙ୍କାର ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ କରିଥିବା କଥା କୁହାଯାଉଛି। ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ ପରେ ଟଙ୍କା ଦରରେ ସୁଧାର ହୋଇଥିଲା। ଏପର୍ଯ୍ୟନ୍ତ କିନ୍ତୁ ତାହା ସ୍ପଷ୍ଟ ହୋଇପାରିନାହିଁ।
ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ ପରେ ଟଙ୍କା ଦରରେ ସୁଧାର!
/sambad/media/post_attachments/wp-content/uploads/2018/03/reserve.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)